ଆଧାର ଦେଇଛି ଦୁଃଖ

ରାଇସୁଆଁ,୨୯।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର ସଲରାପେଣ୍ଠ ଗ୍ରାମର ମା’ ବାପା ଛେଉଣ୍ଡ ୧୧ ବର୍ଷର ଝିଅ ସୀମା । ଜନ୍ମ ପରେ ତାଙ୍କ ମା’ କେଉଁ ଆଡେ ଚାଲିଯାଇଥିବା ବେଳେ ରୋଗରେ ପଡି ବାପା କେବେଠାରୁ ଆରପାରିକୁ ଚାଲି ଗଲେଣି। ଜେଜେବାପା ବହୁ କଷ୍ଟରେ ସୀମାଙ୍କୁ ଲାଳନପାଳନ କରିଆସୁଥିଲେ । ସେ ମଧ୍ୟ ୨ ବର୍ଷ ହେଲା ସୀମାଙ୍କୁ ଏକଟୁଆ ଛାଡି ଆରପାରିକୁ ଚାଲି ଗଲେ। ଏଭଳି ସ୍ଥିତିରେ ୫ମ ଶ୍ରେଣୀରୁ ପାଠପଢା ଛାଡି ସୀମା ଅସହାୟ ଅବସ୍ଥାରେ ଦିନ ବିତାଉଥିଲେ ବି ତାଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡି ନାହିଁ। ଆଗରୁ ରାଶନ କାଡର୍ର୍ରେ ତାଙ୍କୁ ୫ କିଲୋ ଚାଉଳ ମିଳୁଥିଲା । ଏବେ ଆଧାର ଆଣି ଦେଇଛି ଦୁଃଖ। ଆଧାର କାର୍ଡ ନ ଥିବାରୁ ଏହାକୁ ରାର୍ସନକାର୍ଡ ସହ ସଂଯୋଗ କରାଇ ନ ପାରିବାରୁ ତାଙ୍କୁ ଆଉ ୨ ମାସ ଚାଉଳ ମିଳୁନି। ଆଧାର ସଂଯୋଗ କାର୍ଯ୍ୟକ୍ରମରେ ଥିବା ବ୍ୟବସ୍ଥାଗତ ତ୍ରୁଟି ସୁଧାରିବା ଏବଂ ସୀମାଙ୍କ ଭଳି ଅସହାୟଙ୍କ ସକାଶେ ଫଟୋ ଉଠାଇ ଆଧାର କାର୍ଡ ଯୋଗାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରି ନିରାଶ ହୋଇଥିବା କହିଛନ୍ତି। ଚାଉଳ ମିଳିବା ବନ୍ଦ ହେବା ପରେ ସୀମା ଭୋକ ଉପାସରେ ରହି ଏବେ ଗାଁମାଖ ଜଙ୍ଗଲକୁ ଭରଷା କରି ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି। ସେ ଦୈନନ୍ଦିନ ଜଙ୍ଗଲରୁ ଜଳକାଠ ସଂଗ୍ରହ କରି ତାହାକୁ ବିକି ପେଟ ପୋଷୁଥିବା ଗ୍ରାମବାସୀ କହଛନ୍ତି। ଏ ସମ୍ପର୍କରେ ମହାଦେଇଯୋଡା ପଞ୍ଚାୟତର ସରପଞ୍ଚ ଜବାଶ୍ୱରୀ ମାଝୀଙ୍କୁ ପଚାରିବାରୁ ସେ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କୁ ଚାଉଳ ଯୋଗାଇଦେବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ପୁଣି ବଢ଼ିଲା ସୁନା ଦର:୨୨ କ୍ୟାରେଟ ସୁନା ଦର ଏବେ…

ଭୁବନେଶ୍ୱର,୧୨।୬: ଲଗାତାର ୨ ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର…

ଓଡ଼ିଶା ପାଇଁ ଗୌରବ ଆଣିଲେ ସୁଦର୍ଶନ ପଟ୍ଟନାୟକ: ପ୍ରଥମ ଭାରତୀୟ ଭାବେ ଜିତିଲେ…

ଭୁବନେଶ୍ୱର,୧୨।୬: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା…

ଏନଏସ୍‌ଏସ୍‌ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଅଭିଶେଖ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନଏସଏସ ଛାତ୍ର ଅଭିଶେଖ ମହାପାତ୍ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ…

ପୁଣି ମହାପ୍ରଭଙ୍କୁ ଅସମ୍ମାନ, ଶାଢ଼ିରେ ଜଗନ୍ନାଥଙ୍କ ଚିତ୍ର ଦେଖି ତେଜିଲା ଅସନ୍ତୋଷ

ଭୁବନେଶ୍ୱର,୧୨ା୬: ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଛି। ଶାଢ଼ିରେ ମହାପ୍ରଭୁଙ୍କ ଚିତ୍ର ଥିବା ସୋସିଆଲ ମିଡିଆରେ ବିଜ୍ଞାପନ ଭାଇରାଲ ହେଉଛି। ଶାଢ଼ି କାନିରେ ତିନି ରଥ ଓ…

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ଗୁଣପୁର,୧୨।୬(ସଂକେତ ପାତ୍ର): ରାୟଗଡା ଜିଲା ଗୁଣପୁରର ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମଡିଙ୍ଗ୍ ଗ୍ରାମର ରାମମୂର୍ତ୍ତି ଗମାଙ୍ଗଙ୍କ ଭୁବନେଶ୍ୱରରେ ଦେହାନ୍ତ ହୋଇଯାଇଛି । ସେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri