Posted inଜାତୀୟ

ଆତଙ୍କବାଦୀଙ୍କ ବର୍ବରତା: ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର,୩୦ା୧୦(ପି.ଟି.) : ୟୁରୋପୀୟ ସଂଘ(ଇୟୁ)ର ୨୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଜମ୍ମୁ-କଶ୍ମୀର ଗସ୍ତ କରିଥିବାବେଳେ ଆତଙ୍କବାଦୀମାନେ କୁଲଗାମ ଜିଲାରେ ରକ୍ତର ହୋଲି ଖେଳିଛନ୍ତି। ସେମାନେ କତ୍ରାସୁ ଗ୍ରାମରେ ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସୁରକ୍ଷା ବଳ ସମ୍ପୃକ୍ତ ଅଞ୍ଚଳକୁ ଘେରି ତଲାସି ଅଭିଯାନ ଚଳାଇଛି।
ଇୟୁ ପ୍ରତିନିଧିମାନେ କଶ୍ମୀର ଗସ୍ତ କରି ଉପତ୍ୟକାବାସୀଙ୍କୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପର ଅନୁଭୂତି ପଚାରି ବୁଝୁଥିବାବେଳେ ଆତଙ୍କବାଦୀ ରକ୍ତମୁଖା ହୋଇଯାଇଛନ୍ତି। କୁଲଗାମ୍‌ରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୬ ଶ୍ରମିକ ଟଳିପଡ଼ିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲାର ଶେଖ୍‌ କମ୍‌ରୁଦ୍ଦିନ, ଶେଖ୍‌ ମହମ୍ମଦ ରଫିକ୍‌, ଶେଖ୍‌ ମୁର୍ନସୁଲିନ୍‌, ଶେଖ୍‌ ନିଜାମୁଦ୍ଦିନ, ମହମ୍ମଦ ରଫିକ୍‌ ଶେଖ୍‌ ଓ ହଜୁର ଉଦ୍ଦିନ। ଏମାନେ ଏଠାରେ ରାଜମିସ୍ତ୍ରି ଓ କାର୍ପେଣ୍ଟର ଭାବେ କାମ କରୁଥିଲେ। ଆତଙ୍କବାଦୀମାନେ ସେମାନଙ୍କୁ ବାହାରକୁ ନେଇ ଗୁଳି କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ୫ ନିହତ ହୋଇଥିବାବେଳେ ହଜୁର ଉଦ୍ଦିନଙ୍କୁ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ଘଟିଛି। ଆଉ କେତେଜଣ ଶ୍ରମିକ ନିଖୋଜ ଥିବା କୁହାଯାଉଛି।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ହଟାଇବା ପରଠୁ ଆତଙ୍କବାଦୀମାନେ ବାହାର ରାଜ୍ୟର ଶ୍ରମିକମାନଙ୍କୁ ଟାର୍ଗେଟ କରୁଛନ୍ତି। ଅନନ୍ତନାଗ ଜିଲା ଉଦ୍ଧମପୁରରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭର ନିହତ ହୋଇଥିଲେ। ଅକ୍ଟୋବର ୨୪ରେ ଶୋପିଆନ୍‌ ଜିଲାରେ ଆତଙ୍କବାଦୀମାନେ ୨ ଜଣ ଅଣକଶ୍ମୀରୀ ଟ୍ରକ୍‌ ଚାଳକଙ୍କୁ ହତ୍ୟା କରିଥିଲେ। ଗତ ୨୪ ତାରିଖରେ ୨ ଆତଙ୍କବାଦୀ ରାଜସ୍ଥାନ ରେଜିଷ୍ଟ୍ରେଶନ ନମ୍ବର ଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହାର ଦୁଇଦିନ ପରେ ପଞ୍ଜାବର ଜଣେ ସେଓ ବ୍ୟବସାୟୀଙ୍କୁ ଶୋପିଆନ୍‌ ଜିଲାରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେହିଦିନ ପୁଲଓ୍ବାମାର ଏକ ଇଟାଭାଟିରେ କାମ କରୁଥିବା ଛତିଶଗଡ଼ର ଜଣେ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri