ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ

ପାରାଦୀପ, ୩।୧ (ସ୍ବ.ପ୍ର.) ପୂର୍ବ କ୍ଷେତ୍ରର ପ୍ରବେଶପଥ କୁହାଯାଉଥିବା ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଶୁକ୍ରବାର ପାଳନ କରିବ ପ୍ରତିଷ୍ଠା ଦିବସ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ପାରାଦୀପ ପୋର୍ଟର ଗୋପବନ୍ଧୁ ଗ୍ରୀଡ୍‌ ସଂସଦ ପକ୍ଷରୁ ଶୁକ୍ରବାର ସକାଳେ ଏକ ରାଜ୍ୟସ୍ତରୀୟ ହାଫ୍‌ ମାରାଥନ୍‌ ଆୟୋଜିତ ହେବ। ପରେ ଆୟୋଜିତ ସଭାରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଇତିମଧ୍ୟରେ ପାରାଦୀପ ୫୮ ବର୍ଷ ଅତିକ୍ରାନ୍ତ କରି ୫୯ ବର୍ଷରେ ପାଦ ଥାପିଛି। ଅନେକ ସଫଳତାର ଶିଡ଼ି ଚଢ଼ି ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ଭାବେ ଖ୍ୟାତି ପାଇଛି। ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥା ବଜାୟ ରହିଲେ ଆଉ ମାତ୍ର ୩ ବର୍ଷ ମଧ୍ୟରେ ପାରାଦୀପ ବନ୍ଦର ଦେଶର ୧ ନମ୍ବର ସ୍ଥାନକୁ ଉନ୍ନୀତ ହେବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଏକାଧିକ ସଭାରେ କହିଛନ୍ତି। ସୂଚନାଥାଉ କି, ୧୯୬୩ ଜାନୁୟାରୀ ୩ ରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଏହି ବନ୍ଦରର ଭିତ୍ତିପ୍ରସ୍ତର ପଡ଼ିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହାକୁ ସ୍ଥାପନା ବେଳେ କହିଥିଲେ ଏହା ହିଁ ମହାଜାତିର ନିର୍ଦ୍ଦେଶ। ଯହା ଏବେ ବି ପ୍ରତିଷ୍ଠା ଫଳକରେ ଲିପିବଦ୍ଧ ଅଛି। ସେତେବେଳେ ଓଡ଼ିଶା ସରକାର ନିଜସ୍ବ ଖର୍ଚ୍ଚରେ ବନ୍ଦର କାମ ଆରମ୍ଭ କରିଥିଲେ। ରାଜକୋଷରୁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବାରୁ ରାଜ୍ୟ ସରକାର ଦେବାଳିଆ ସ୍ଥିତିକୁ ଚାଲିଗଲେ। ୧୯୬୬ ଏପ୍ରିଲ୍‌ ୧୮ରେ ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାର ନେବା ସହ ବୃହତ୍‌ ବନ୍ଦର ଘୋଷଣା କରିଥିଲେ। ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ବେଳେ ଏହାର ନାମ ଥିଲା ପାରାଦୀପ ପୋର୍ଟ ପ୍ରୋଜେକ୍ଟ। କେନ୍ଦ୍ର ସରକାର ନାମ ବଦଳାଇ ପାରାଦୀପ ପୋର୍ଟ କରିଛନ୍ତି। ବନ୍ଦର ପାଇଁ ରାଜ୍ୟ ସରକାର ୬୮୦୭ ଏକର ଜାଗା ଦେଇଥିଲେ ହେଁ ଅଦ୍ୟାବଧି ତାହା ପାରାଦୀପ ବନ୍ଦରକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇନାହିଁ। ଏକର ପିଛା ୧ ଟଙ୍କା ହିସାବରେ ଓଡ଼ିଶା ସରକାର ରାଜସ୍ବ ପାଉଛନ୍ତି। ଜମି ହସ୍ତାନ୍ତର ପ୍ରକ୍ରିୟା ସମାଧାନ ହୋଇ ନଥିବାରୁ ଅଧିକାଂଶ ସମୟରେ ରାଜ୍ୟ-କେନ୍ଦ୍ର ପ୍ରଶାସନ ମୁହଁାମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?