ଆଜି କୋର୍ଟରେ ହାଜର ହେବେ ନୀରବ ମୋଦି

ନୂଆଦିଲ୍ଲୀ,୩୦-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଗୁରୁବାର ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଅଦାଲତରେ ହାଜର କରାଯିବ। ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍‌ବି ମହାଠକେଇ ମାମଲାରେ ଭାରତକୁ ପ୍ରତ୍ୟର୍ପଣ କରାଯିବା ନେଇ ଶୁଣାଣି ହେଉଛି। ଇତିମଧ୍ୟରେ ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ ଅଦାଲତରେ ଗତ ଶୁଣାଣି ବେଳେ ବିଚାରପତି ଚିଫ୍‌ ମାଜିଷ୍ଟ୍ରେଟ୍‌ ଏମ୍ମା ଆର୍ବୁଥନଟ୍‌ ୪୮ ବର୍ଷୀୟ ମୋଦିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତାଙ୍କୁ ଏବେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ଓ୍ବାଣ୍ଡ୍‌ସଓ୍ବର୍ଥ ଜେଲ୍‌ରେ ରଖାଯାଇଛି। କ୍ରମାଗତ ୩ ଥର ମୋଦିଙ୍କ ଜାମିନ ଆବେଦନ ଖାରଜ ହୋଇସାରିଲାଣି। ଗୁରୁବାର ବିଚାରପତି ଆର୍ବୁଥନଟ ପ୍ରତ୍ୟର୍ପଣ ସମ୍ପର୍କିତ ମାମଲାର ଶୁଣାଣି ଲାଗି ସମୟସୀମା ଧାର୍ଯ୍ୟ କରିପାରନ୍ତି। ଏଥିପୂର୍ବରୁ ବିଚାରପତି ମୋଦିଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରି ଦର୍ଶାଇଥିଲେ ଯେ, ମହାଠକେଇ ବଡ଼ ମାତ୍ରାରେ ହୋଇଛି। ଏଭଳି ଅବସ୍ଥାରେ ଜାମିନ ଲାଗି ଆବେଦନ କରାଯାଇଛି। ଜାମିନ ରାଶି ଦୁଇଗୁଣା କରି ୨୦ ଲକ୍ଷ ପାଉଣ୍ଡ କରାଯିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହାସତ୍ତ୍ୱେ ଅଭିଯୁକ୍ତଙ୍କ ଆମତ୍ସମର୍ପଣ ନେଇ ଚିନ୍ତା ଦୂର ହେଉନାହିଁ। ଇଣ୍ଟରପୋଲର ରେଡକର୍ନର ନୋଟିସ୍‌ ଓ ପ୍ରତ୍ୟର୍ପଣ ଓ୍ବାରେଣ୍ଟ ବଳରେ ଲଣ୍ଡନ ପୋଲିସ ମୋଦିଙ୍କୁ ମେଟ୍ରୋ ବ୍ୟାଙ୍କରୁ ଗିରଫ କରିଥିଲା। ସେ ସେତେବେଳେ ଏହି ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିବାକୁ ପ୍ରୟାସ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ପାଖରେ ରଖନ୍ତୁ କ୍ୟାସ୍‌, ଏହି ଦିନ ଦେଶରେ ବନ୍ଦ ରହିବ UPI! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୪।୯: ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର…

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଖବର: ଏଥର ଆଗୁଆ ମିଳିବ ଦରମା, ଜାଣନ୍ତୁ କାହିିଁକି

ନୂଆଦିଲ୍ଲୀ୨୪।୯: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖବର। ସାଧାରଣତଃ ମାସର ଶେଷ କାର୍ଯ୍ୟଦିବସରେ କର୍ମଚାରୀଙ୍କ ଦରମା ଓ ପେନସନଭୋଗୀଙ୍କ ପେନସନ ଆକାଉଣ୍ଟରେ ଜମା…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ରବିବାର ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୯: ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?