Posted inଖେଳ

ଆଜି ଓସିଏ ନିର୍ବାଚନ

କଟକ ଅଫିସ,୨୭ା୯- ଅନେକ ବାଦ, ବିବାଦ, ଅଭିଯୋଗର ପୂର୍ଣ୍ଣଚ୍ଛେଦ ପଡ଼ି ଶେଷରେ ଶୁକ୍ରବାର ହେବାକୁ ଯାଉଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ବହୁ ପ୍ରତୀକ୍ଷିତ କର୍ମକର୍ତ୍ତା ନିର୍ବାଚନ। ରାଜ୍ୟ କ୍ରୀଡ଼ା ସଙ୍ଗଠନ ଜଗତରେ ଏହା ହେଉଛି ସବୁଠାରୁ ହାଇଭୋଲଟେଜ ନିର୍ବାଚନ। ମୋଟ ୬ଟି ପଦବୀ ନିମନ୍ତେ ନିର୍ବାଚନ ହେବାକୁ ସ୍ଥିର ହୋଇଥିବା ବେଳେ ଗୋଟିଏ ପଦବୀ ନିର୍ଦ୍ୱନ୍ଦ୍ୱରେ ପୂରଣ ହୋଇଛି। ୫ ପଦବୀରେ ମୁହାଁମୁହିଁ ହେବେ ୧୦ ପ୍ରାର୍ଥୀ । ଏହା ଭିତରେ ରହିଛନ୍ତି ରାଜ୍ୟର ଅନେକ ପୁରୁଖା ତଥା ବରିଷ୍ଠ କ୍ରୀଡ଼ା ସଙ୍ଗଠକ। ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତର ନଜର ଏବେ ଏହି ନିର୍ବାଚନ ଉପରେ ।
ବାରବାଟୀ ଷ୍ଟାଡିୟମର ଓସିଏ ସମ୍ମିଳନୀ କକ୍ଷରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି ପଦବୀରେ ଲଢ଼ିବେ ବୌଦ୍ଧ ଜିଲାର ପଙ୍କଜ ଲୋଚନ ମହାନ୍ତି ଓ ୟୁନିୟନ ସ୍ପୋର୍ଟିଂ ସମ୍ପାଦକ ପ୍ରଦୀପ ଚୌହ୍ବାନ। ସେହିପରି ସମ୍ପାଦକ ପଦବୀ ନିମନ୍ତେ କଟକ ଜିଲାର ପ୍ରତିନିଧି ସଞ୍ଜୟ ବେହେରାଙ୍କ ମୁକାବିଲା ହେବ ମଙ୍ଗଳା କ୍ଲବରୁ ପ୍ରତିନିଧି ହୋଇଥିବା ନବରଞ୍ଜନ ପଟ୍ଟନାୟକଙ୍କ ସହିତ । ଏହି ଦୁଇ ପଦବୀ ନିମନ୍ତେ ମୁକାବିଲା ସମସ୍ତଙ୍କ ନଜରର କେନ୍ଦ୍ରବିନ୍ଦୁ ସାଜିଛି । ଉପସଭାପତି ପଦବୀରେ ଅନୁଗୋଳ ଜିଲାର ପ୍ରତିନିଧି ଅକ୍ଷୟ କୁମାର ସାମନ୍ତ ଓ ସୋନପୁର ଜିଲାର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପଦବୀରେ ଝାରସୁଗୁଡ଼ା ଜିଲାର ପ୍ରତିନିଧି ମେହତାବ ଖାନ ଓ ଦେବଗଡ଼ ଜିଲାର ପ୍ରତିନିଧି ସୁଜିତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପଦବୀରେ ଖୋର୍ଦ୍ଧା ଜିଲାର ପ୍ରତିନିଧି ବିକାଶ ପ୍ରଧାନ ଓ ଜଗତସିଂହପୁର ଜିଲାର ପ୍ରତିନିଧି ଅନିଲ କୁମାର ବିଶ୍ୱାଳଙ୍କ ମଧ୍ୟରେ ମୁକାବିଲା ହେବ । ଆପେକ୍ସ କାଉନସିଲ ସଦସ୍ୟ ପଦବୀରେ କେନ୍ଦ୍ରାପଡ଼ା ଜିଲାର ପ୍ରତିନିଧି ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ଦୁଇଟି ଗୋଷ୍ଠୀ ନିର୍ବାଚନରେ ସାମ୍ନାକୁ ଆସିଛନ୍ତି । ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ଏବଂ କ୍ଲବମାନଙ୍କୁ ଏକାଠି କରି ଲଢ଼ିବାକୁ ଯାଉଥିବା ପ୍ରଦୀପ ଚୌହ୍ବାନଙ୍କ ଗୋଷ୍ଠୀ ମଧ୍ୟରେ ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?