Posted inଜାତୀୟ

ଆଇନଜୀବୀରୁ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୭ା୮: ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତି ୧୧ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୁଧବାର ନୂଆଦିଲ୍ଲୀସ୍ଥିତ ଲୋଧିରୋଡ ଶବଦାହ ଗୃହରେ ଅନ୍ତିମ ସଂସ୍କାର କରାଯିବ।
ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଭାବେ ସେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସମ୍ଭାଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ପାର୍ଲାମେଣ୍ଟକୁ ୭ ଥର ଓ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟର ପୂର୍ବତନ ଓକିଲ ସୁଷମା ମାତ୍ର ୨୫ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ (ହରିୟାଣା) ହେବାର କୀର୍ତ୍ତି ଅର୍ଜନ କରିଛନ୍ତି। ଦିଲ୍ଲୀର ୫ମ ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ମଧ୍ୟପ୍ରଦେଶର ବିଦିଶା ଆସନରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ ହେଁ ସ୍ବାସ୍ଥ୍ୟଗତ କାରଣରୁ ୨୦୧୯ ସାଧାରଣ ନିର୍ବାଚନ ଲଢି ନ ଥିଲେ।
ଫେବୃୟାରୀ ୧୪ରେ ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିବା ସୁଷମାଙ୍କ ବାପା ହରଦେବ ଶର୍ମା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଜଣେ ପ୍ରମୁଖ ସଦସ୍ୟ ଥିଲେ। ଅମ୍ବାଲା କ୍ୟାଣ୍ଟନ୍‌ମେଣ୍ଟର ସନାତନ ଧର୍ମ କଲେଜରେ ଶିକ୍ଷା ଲାଭ କରିଥିବା ଏହି ଅଗ୍ନିବର୍ଷୀ ନେତ୍ରୀ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ଆଇନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୧୯୭୦ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ସୁଷମା ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ସ୍ବରାଜ୍‌ କୌଶଲ(ମିଜୋରାମର ପୂର୍ବତନ ରାଜ୍ୟପାଳ)ଙ୍କୁ ବିବାହ କରିଥିଲେ। ଜୟପ୍ରକାଶ ନାରାୟଣଙ୍କ ବୈପ୍ଳବିକ ଆନ୍ଦୋଳନରେ ସୁଷମା ନିଜକୁ ସାମିଲ କରିଥିଲେ। ୧୯୭୫ ଜରୁରିକାଳୀନ ପରିସ୍ଥିତି ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ପରେ ସେ ନିଜ ସାଙ୍ଗଠନିକ ଦକ୍ଷତା ଓ ପରାକାଷ୍ଠା ବଳରେ ଭାଜପାର ଜଣେ ଆଗଧାଡ଼ିର ନେତ୍ରୀ ହୋଇପାରିଥିଲେ। ହରିୟାଣା ବିଧାନସଭାକୁ ୧୯୭୭ରେ ନିର୍ବାଚିତ ହୋଇ ଦେବୀଲାଲ୍‌ଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ସେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ୧୯୭୯ରେ ମାତ୍ର ୨୭ ବର୍ଷ ବୟସରେ ସେ ହରିୟାଣା ଭାଜପାର ସଭାପତି ପଦ ଅଳଙ୍କୃତ କରିଥିଲେ। ୧୯୮୭ରେ ହରିୟାଣା ଶିକ୍ଷାମନ୍ତ୍ରୀ ମଧ୍ୟ ହୋଇଥିଲେ। ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ୧୯୯୮ରେ ଗୁରୂୁଦାୟିତ୍ୱ ଗ୍ରହଣ କରି ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ। ସେ ୧୯୯୦ରେ ରାଜ୍ୟ ସଭା ଓ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ସୂଚନା ଓ ପ୍ରସାରଣ ସହ ଟେଲି ଯୋଗାଯୋଗ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୧୯୯୯ରେ ଭାଜପା ତାଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା। ଜଣେ ସଚ୍ଚୋଟ, ନିର୍ଭୀକ, ଦୃଢମନା ନେତ୍ରୀଭାବେ ସେ ବେଶ୍‌ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?