ଆଇଟି କ୍ଷେତ୍ରରେ ୪୦ ହଜାର କର୍ମଚାରୀ ଛଟେଇ ଆଶଙ୍କା

ବାଙ୍ଗାଲୋର,୧୯-୧୧ଁଦେଶର ସୂଚନା ଏବଂ ପ୍ରଯୁକ୍ତି ସେବା ପ୍ରଦାନକାରୀ କମ୍ପାନୀଗୁଡିକ ୩୦ରୁ ୪୦ ହଜାର କର୍ମଚାରୀଙ୍କୁ ଛଟେଇ କରିପାରନ୍ତି। କମ୍ପାନୀଗୁଡିକର ଅଭିବୃଦ୍ଧି ମାନ୍ଦା ରହିବା କାରଣରୁ ମଧ୍ୟମ ଲେଭଲରେ ଆସନ୍ତା ଗୋଟିଏ ବର୍ଷରେ ଏହି ଛଟେଇ ହୋଇପାରେ ବୋଲି ଆଇଟି ଶିଳ୍ପ ବିଶେଷଜ୍ଞ ଟି.ଭି. ମୋହନଦାସ ପାଇ ସୋମବାର ସୂଚନା ଦେଇଛନ୍ତି। ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ ଲିମିଟେଡରେ ପାଇ ମୁଖ୍ୟ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଶିଳ୍ପରେ ସମୟ ସମୟରେ ଏଭଳି ସ୍ଥିତି ଦେଖାଦେଇଥାଏ। ଶିଳ୍ପରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥାରେ ପରିପକ୍ୱତା ଦେଖାଦେଲେ ଏଭଳି ଘଟଣାମାନେ ସାମ୍ନାକୁ ଆସିଥାଏ ବୋଲି ପାଇ ମତ ରଖିଛନ୍ତି। ସାଧାରଣତଃ ପାଞ୍ଚ ବର୍ଷ ସମୟ ବ୍ୟବଧାନରେ ଏଭଳି ସ୍ଥିତି ଆସିଥାଏ। କେବଳ ଭାରତ ନୁହେଁ ପାଶ୍ଚାତ୍ୟ ଦେଶଗୁଡିକରେ ମଧ୍ୟ ଏଭଳି ସମାନ ଘଟଣା ଦେଖାଯାଇଥାଏ। କୌଣସି କ୍ଷେତ୍ର ପରିପକ୍ୱ ସ୍ଥିତିକୁ ଆସିଲେ ମିଡିଲ ଲେଭଲରେ କାମ କରୁଥିବା ଲୋକମାନେ ସେମାନେ ଲାଭ କରୁଥିବା ବେତନରେ ଆଉ ଭାଲ୍ୟୁ ସଂଯୋଗ କରିପାରନ୍ତି ନାହିଁ ବୋଲି ପାଇ କହିଛନ୍ତି।
କମ୍ପାନୀ ତ୍ୱରିତ ଭାବେ ଅଭିବୃଦ୍ଧି କରୁଥିବା ବେଳେ ପଦୋନ୍ନତି ମିଳିବା ଦେଖାଯାଇଥାଏ। ମାତ୍ର ମାନ୍ଦାବସ୍ଥା ସମୟରେ କର୍ମଚାରୀମାନେ ଉଚ୍ଚ ହାରରେ ବେତନ ଲାଭ କରୁଥିଲେ କମ୍ପାନୀଗୁଡିକ ସେମାନଙ୍କ ସ୍ଥିତିକୁ ସମ୍ଭାଳିବା ଲାଗି ପୁଣି ଥରେ ନୂଆ ଯୋଜନା ହାତକୁ ନେଇଥାନ୍ତି। ଫଳରେ ଉଚ୍ଚ ବେତନ ଲାଭ କରୁଥିବା କ୍ଷେତ୍ରରେ ଏଭଳି ଛଟେଇ ଦେଖାଯାଇଥାଏ ବୋଲି ପାଇ ମତ ଦେଇଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ ୫ ବର୍ଷ ବ୍ୟବଧାନରେ ଏଭଳି ସମୟ ଆସିଥାଏ ବୋଲି ମଣିପାଲ ଗ୍ଲୋବାଲ ଏଜୁକେଶନ ସର୍ଭିସ ଏବଂ ଆରିନ କ୍ୟାପିଟାଲର ଅଧ୍ୟକ୍ଷ ଥିବା ପାଇ ସ୍ପଷ୍ଟ କରିଛନ୍ତି। ଠିକ୍‌ ଭାବେ ପରଫରମାନ୍ସ କିମ୍ବା ଭାଲ୍ୟୁ ସଂଯୋଗ ଦିଗରେ ଉଚିତ ଯୋଗଦାନ ନ ରଖିଲେ କେହି ସମାନ ବେତନ ଏବଂ ଉଚ୍ଚ ପଦବୀରେ ତିଷ୍ଠି ରହିବା କଷ୍ଟକର ହୋଇପଡେ। ଛଟେଇ ହେଉଥିବା ୮୦% କର୍ମଚାରୀ ଯଦି ସ୍ପେଶାଲିଷ୍ଟ ହୋଇଥାନ୍ତି ତେବେ ତାଙ୍କୁ ଅନ୍ୟ ଶିଳ୍ପ ଚାକିରୀ ମିଳିଯିବ ବୋଲି ପାଇ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri