ଆଇଟି କ୍ଷେତ୍ରରେ ୪୦ ହଜାର କର୍ମଚାରୀ ଛଟେଇ ଆଶଙ୍କା

ବାଙ୍ଗାଲୋର,୧୯-୧୧ଁଦେଶର ସୂଚନା ଏବଂ ପ୍ରଯୁକ୍ତି ସେବା ପ୍ରଦାନକାରୀ କମ୍ପାନୀଗୁଡିକ ୩୦ରୁ ୪୦ ହଜାର କର୍ମଚାରୀଙ୍କୁ ଛଟେଇ କରିପାରନ୍ତି। କମ୍ପାନୀଗୁଡିକର ଅଭିବୃଦ୍ଧି ମାନ୍ଦା ରହିବା କାରଣରୁ ମଧ୍ୟମ ଲେଭଲରେ ଆସନ୍ତା ଗୋଟିଏ ବର୍ଷରେ ଏହି ଛଟେଇ ହୋଇପାରେ ବୋଲି ଆଇଟି ଶିଳ୍ପ ବିଶେଷଜ୍ଞ ଟି.ଭି. ମୋହନଦାସ ପାଇ ସୋମବାର ସୂଚନା ଦେଇଛନ୍ତି। ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ ଲିମିଟେଡରେ ପାଇ ମୁଖ୍ୟ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଶିଳ୍ପରେ ସମୟ ସମୟରେ ଏଭଳି ସ୍ଥିତି ଦେଖାଦେଇଥାଏ। ଶିଳ୍ପରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥାରେ ପରିପକ୍ୱତା ଦେଖାଦେଲେ ଏଭଳି ଘଟଣାମାନେ ସାମ୍ନାକୁ ଆସିଥାଏ ବୋଲି ପାଇ ମତ ରଖିଛନ୍ତି। ସାଧାରଣତଃ ପାଞ୍ଚ ବର୍ଷ ସମୟ ବ୍ୟବଧାନରେ ଏଭଳି ସ୍ଥିତି ଆସିଥାଏ। କେବଳ ଭାରତ ନୁହେଁ ପାଶ୍ଚାତ୍ୟ ଦେଶଗୁଡିକରେ ମଧ୍ୟ ଏଭଳି ସମାନ ଘଟଣା ଦେଖାଯାଇଥାଏ। କୌଣସି କ୍ଷେତ୍ର ପରିପକ୍ୱ ସ୍ଥିତିକୁ ଆସିଲେ ମିଡିଲ ଲେଭଲରେ କାମ କରୁଥିବା ଲୋକମାନେ ସେମାନେ ଲାଭ କରୁଥିବା ବେତନରେ ଆଉ ଭାଲ୍ୟୁ ସଂଯୋଗ କରିପାରନ୍ତି ନାହିଁ ବୋଲି ପାଇ କହିଛନ୍ତି।
କମ୍ପାନୀ ତ୍ୱରିତ ଭାବେ ଅଭିବୃଦ୍ଧି କରୁଥିବା ବେଳେ ପଦୋନ୍ନତି ମିଳିବା ଦେଖାଯାଇଥାଏ। ମାତ୍ର ମାନ୍ଦାବସ୍ଥା ସମୟରେ କର୍ମଚାରୀମାନେ ଉଚ୍ଚ ହାରରେ ବେତନ ଲାଭ କରୁଥିଲେ କମ୍ପାନୀଗୁଡିକ ସେମାନଙ୍କ ସ୍ଥିତିକୁ ସମ୍ଭାଳିବା ଲାଗି ପୁଣି ଥରେ ନୂଆ ଯୋଜନା ହାତକୁ ନେଇଥାନ୍ତି। ଫଳରେ ଉଚ୍ଚ ବେତନ ଲାଭ କରୁଥିବା କ୍ଷେତ୍ରରେ ଏଭଳି ଛଟେଇ ଦେଖାଯାଇଥାଏ ବୋଲି ପାଇ ମତ ଦେଇଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ ୫ ବର୍ଷ ବ୍ୟବଧାନରେ ଏଭଳି ସମୟ ଆସିଥାଏ ବୋଲି ମଣିପାଲ ଗ୍ଲୋବାଲ ଏଜୁକେଶନ ସର୍ଭିସ ଏବଂ ଆରିନ କ୍ୟାପିଟାଲର ଅଧ୍ୟକ୍ଷ ଥିବା ପାଇ ସ୍ପଷ୍ଟ କରିଛନ୍ତି। ଠିକ୍‌ ଭାବେ ପରଫରମାନ୍ସ କିମ୍ବା ଭାଲ୍ୟୁ ସଂଯୋଗ ଦିଗରେ ଉଚିତ ଯୋଗଦାନ ନ ରଖିଲେ କେହି ସମାନ ବେତନ ଏବଂ ଉଚ୍ଚ ପଦବୀରେ ତିଷ୍ଠି ରହିବା କଷ୍ଟକର ହୋଇପଡେ। ଛଟେଇ ହେଉଥିବା ୮୦% କର୍ମଚାରୀ ଯଦି ସ୍ପେଶାଲିଷ୍ଟ ହୋଇଥାନ୍ତି ତେବେ ତାଙ୍କୁ ଅନ୍ୟ ଶିଳ୍ପ ଚାକିରୀ ମିଳିଯିବ ବୋଲି ପାଇ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

ବେଆଇନ ଭାବେ ଡାଲି ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୪, (ଅନୁରାଧା ମହାରଣା): ଡାଲି ବେଆଇନ ଭାବେ ମହଜୁଦ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ଧରି କେତେକ ରାଜ୍ୟରେ...

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି...

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।...

ପହିଲାରୁ ଫୁଲ୍‌ ପଇସା ଭାସୁଲ ସେଲ୍‌

ଭୁବନେଶ୍ୱର,୩୦।୪: ରିଲାଏନ୍ସ ଗ୍ରୁପର ଅଗ୍ରଣୀ କମ୍ପାନୀ ତଥା ରିଟେଲ ପ୍ଲାଟଫର୍ମ ସ୍ମାର୍ଟ ବଜାର ଓ ଜିଓ ମାର୍ଟର ଲୋକପ୍ରିୟ ଅଫର ‘ଫୁଲ ପଇସା ଭାସୁଲ ସେଲ୍‌’ର...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri