Posted inଜାତୀୟ

ଆଇଏସ୍‌ଆଇ ହନିଟ୍ରାପ୍‌ରେ ଓଡ଼ିଆ ଯବାନ

ନୂଆଦିଲ୍ଲୀ,୯ା୧୧: ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ହନିଟ୍ରାପ୍‌ରେ ଫସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲାର ବିଚିତ୍ର ବେହେରା। ସିପାହି ବିଚିତ୍ରଙ୍କ ସହ ମଧ୍ୟପ୍ରଦେଶର ଲାନ୍ସ ନାୟକ ରବି ବର୍ମା ମଧ୍ୟ ଏହି ଜାଲରେ ଛନ୍ଦିହୋଇ ଗିରଫ ହୋଇଛନ୍ତି। ରାଜସ୍ଥାନ କ୍ରାଇମ୍‌ବ୍ରାଞ୍ଚ ମଙ୍ଗଳବାର ଯୋଧପୁର ରେଳଷ୍ଟେଶନରୁ ଉଭୟଙ୍କୁ ଧରି ହାଜତକୁ ନେଇଥିଲା। ପୋଲିସ ଶୁକ୍ରବାର ବିଚିତ୍ରଙ୍କୁ ଜୟପୁରର ଏକ କୋର୍ଟରେ ହାଜର କରି ୫ ଦିନିଆ ରିମାଣ୍ଡରେ ନେଇଛି।
ବିଚିତ୍ର ଓ ରବି ରାଜସ୍ଥାନର ଜୈସାଲମେରରେ ମୁତୟନ ହୋଇଥିବାବେଳେ ଆଇଏସ୍‌ଆଇ ଫେସ୍‌ବୁକ୍‌ରେ ‘ସିରାତ୍‌’ ନାମରେ ଏକ ଆକାଉଣ୍ଟ ଖୋଲି ଦୁହିଙ୍କୁ ଜାଲରେ ଫସାଇଥିଲା। ସୋସିଆଲ ମିଡିଆରେ ଦୁଇ ଯବାନ ଜଣେ ଏଜେଣ୍ଟଙ୍କୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଥିଲେ। ତେବେ ଉଭୟେ ନିର୍ଦ୍ଦିଷ୍ଟ ଭାବେ କେଉଁ ତଥ୍ୟ ପ୍ରଘଟ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ରବି ତଦନ୍ତରେ ସହଯୋଗ କରୁଥିବାବେଳେ ବିଚିତ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ରାଜ୍ୟ ସ୍ପେଶାଲ ବ୍ରାଞ୍ଚ (ଗୋଇନ୍ଦା) ପକ୍ଷରୁ ଜୈସାଲମେରରେ ସରକାରୀ ଗୋପନୀୟ ଆଇନ, ୧୯୨୩ର ଧାରା ୩ (ଗୁପ୍ତଚରଗିରି) ବଳରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏନେଇ ସେନା ଅଧିକାରୀମାନଙ୍କୁ ଅବଗତ କରାଯାଇଛି ବୋଲି ରାଜସ୍ଥାନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ର ସ୍ପଷ୍ଟ କରିଛନ୍ତି। ସେହିପରି ସେନା ପକ୍ଷରୁ କୁହାଯାଇଛି ଯେ, ଯେଉଁ ଫେସ୍‌ବୁକ୍‌ ୟୁଜରଙ୍କ ସହ ଦୁଇ ଯବାନ ଯୋଗସୂତ୍ରରେ ଥିଲେ ତାଙ୍କ ନାମ ‘ସିରାତ୍‌’। ତେବେ ସେ ଜଣେ ପୁରୁଷ କି ମହିଳା ତାହା ଜଣାପଡ଼ିନାହିଁ। ସମ୍ପୃକ୍ତ ୟୁଜରଙ୍କୁ ଲିକ୍‌ କରାଯାଇଥିବା ତଥ୍ୟ ସମ୍ପର୍କରେ ଯାଞ୍ଚ କରାଯାଉଛି। ରାଜସ୍ଥାନ ପୋଲିସଠାରୁ ଦୁଇ ଯବାନଙ୍କୁ ରିମାଣ୍ଡରେ ନେବା ପାଇଁ ସେନା ମଧ୍ୟ ଉଦ୍ୟମ କରୁଛି। ଦୋଷ ପ୍ରମାଣିତ ହେଲେ ଦୁହିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂଆଦିଲ୍ଲୀରେ ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ପାକିସ୍ତାନ ୫୦ଟି ଫେକ୍‌ ଆକାଉଣ୍ଟ ଖୋଲି ଭାରତୀୟ ଯବାନମାନଙ୍କୁ ଫସାଇବା ପାଇଁ ଉଦ୍ୟମ ଚଳାଇଥିବାରୁ ଏଥିରେ ନ ପଡ଼ିବାକୁ ସେନା ପକ୍ଷରୁ ପୂର୍ବରୁ ଆଡ୍‌ଭାଇଜରି ଜରିଆରେ ସତର୍କ କରିଦିଆଯାଇଥିଲା। ଅନ୍ୟପକ୍ଷରେ ବିଚିତ୍ର ଗତ ୨ ବର୍ଷ ଧରି ସିରାତ୍‌ଙ୍କ ସହ ଯୋଗାଯୋଗରେ ଥିଲେ। ସେ ଏକ୍ସରସାଇଜ୍‌ ସିନ୍ଧୁ ସୁଦର୍ଶନ ପ୍ରୋଜେକ୍ଟ ନେଇ ତାଙ୍କୁ ତଥ୍ୟ ପ୍ରଦାନ କରିଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଏଭଳି ଅଭିଯୋଗକୁ ବିଚିତ୍ରଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି। ତାଙ୍କ ଭାଇ କାଳିଆ କହିଛନ୍ତି, ବିଚିତ୍ର କେବେ ହେଲେ ଏପରି କାମ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ

ମୁମ୍ବାଇ,୬ା୫:୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ର ତତ୍କାଳୀନ ମୁଖ୍ୟ ହେମନ୍ତ କର୍‌କରେଙ୍କୁ ଆତଙ୍କବାଦୀ ଅଜମଲ କସବ ହତ୍ୟା କରି ନ...

ବିପତ୍ତି ଡାକୁଛି ଜଙ୍ଗଲ ନିଆଁ

ଡେରାଡୁନ୍‌,୬ା୫:ଉତ୍ତରାଖଣ୍ଡ ଜଙ୍ଗଲରେ ଗତ ନଭେମ୍ବରରୁ ଅଦ୍ୟାବଧି ୮୮୬ ଥର ନିଅଁା ଲାଗିଛି। ବନାଗ୍ନିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜାଣିଶୁଣି ନିଆଁ ଲଗାଇବା ଅଭିଯୋଗରେ ୬୪...

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ମୌଲବୀ ଗିରଫ

ସୁରଟ,୫ା୫: ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର...

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri