ଅଳିଆ ପକାଇବାକୁ କେନ୍ଦ୍ରକରି ଦୁଇ ପରିବାର ମୁହାଁମୁହିଁ

ଭୁବନେଶ୍ୱର,୬ା୧(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇ ଗାଡିଆ ଅଞ୍ଚଳରେ ଅଳିଆ ପକାଇବାକୁ କେନ୍ଦ୍ରକରି ଦୁଇ ପରିବାର ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପରିବାରର ଭୁଜାଲି ଓ ରଡ଼୍‌ ଆକ୍ରମଣରେ ଅନ୍ୟ ପରିବାର ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଉପେନ୍ଦ୍ର ବେହେରା, ପୁଅ ସୁକାନ୍ତ, ସୁମନ୍ତ ଓ ସୁଷମା। ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଚୁପ୍‌ ବସିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶନିବାର ସକାଳେ ଘଟଣା ଘଟିଥିଲେ ମଧ୍ୟ ରବିବାର ସନ୍ଧ୍ୟାସୁଦ୍ଧା ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏହାକୁ ନେଇ ସମେଇଗାଡିଆ ଅଞ୍ଚଳର ବହୁ ଲୋକ ଥାନା ଆଗରେ ହୋହଲ୍ଲା କରିବା ସହ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଅଭିଯୋଗ ଅନୁଯାୟୀ, ସମେଇଗାଡିଆ ପ୍ଲଟ ନଂ.୩୨୮ରେ ସୁମନ୍ତ ବେହେରା (୩୦) ପରିବାର ସହ ରୁହନ୍ତି। ଗତ ୪ ତାରିଖ ସକାଳୁ ସୁମନ୍ତ ବେହେରାଙ୍କ ଘର ଆଗରେ ପଡୋଶୀ ରମେଶଚନ୍ଦ୍ର ବେହେରା କିଛି ଅଳିଆ ପକାଇଥିଲେ। ସୁମନ୍ତଙ୍କ ବାପା ଉପେନ୍ଦ୍ର ପ୍ରତିବାଦ କରିବାରୁ ରମେଶ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ରମେଶ, ପୁଅ ବିଶ୍ୱଜିତ, ସ୍ତ୍ରୀ ଓ ଝିଅ ଭୁଜାଲି ଏବଂ ରଡ଼ ଆଣି ସୁମନ୍ତଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ। ବାପାଙ୍କ ପାଟିଶୁଣି ପୁଅ ସୁମନ୍ତ, ମା ଓ ଭାଇ ସୁକାନ୍ତ ଘଟଣା ସ୍ଥଳକୁ ଦୌଡି ଆସି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ପରିବାରର ୪ଜଣ ରକ୍ତାକ୍ତ ଅବସ୍ଥାରେ ପଡିଥିବାବେଳେ ପଡୋଶୀମାନେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?