Posted inଜାତୀୟ

ଅର୍ଥନୀତିରେ ଚାଇନାଠାରୁ ବହୁ ପଛରେ ଭାରତ

ନୂଆଦିଲ୍ଲୀ,୧୨ା୧୦: ଭାରତ ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଶନିବାର ଆଞ୍ଚଳିକ ରାଜନୀତିଠାରୁ ଆରମ୍ଭ କରି ବାଣିଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଥିଲାବେଳେ ଦୁଇଦେଶର ଅର୍ଥନୀତି ଓ ବିଗତ ବର୍ଷର ପ୍ରଦର୍ଶନକୁ ଅନୁଧ୍ୟାନ କରାଯିବା ସମୀଚୀନ ମନେହୁଏ। ଅଭିବୃଦ୍ଧି ହାରରେ ଭାରତ ଚାଇନାକୁ ବାରମ୍ବାର ପଛରେ ପକାଉଥିଲେ ମଧ୍ୟ ଆର୍ଥତ୍କ ସ୍ଥିତି ଦୃଷ୍ଟିରୁ ଏହା ଭାରତଠାରୁ ବହୁ ଆଗରେ ରହିଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ ୨୦୧୮ରେ ଚାଇନାର ଜିଡିପି ୧୩.୬୦ ଟ୍ରିଲିୟନ ଡଲାର ଯାହାକି ଭାରତର ଅର୍ଥନୀତିଠାରୁ ୫ ଗୁଣ ଅଧିକ। ଗତବର୍ଷ ଭାରତର ଜିଡିପି ୨.୭୨ ଟ୍ରିଲିୟନ ଡଲାର ଥିଲା। ୨୦୦୬ରେ ଚାଇନା ଜିଡିପି ୨.୭୫ ଟ୍ରିଲିୟନ ଡଲାର ଥିଲା। ଅର୍ଥାତ୍‌ ଅର୍ଥନୀତିରେ ଚାଇନାଠାରୁ ଭାରତ ୧୨ ବର୍ଷ ପଛରେ ରହିଛି। ୨୦୨୪-୨୫ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ୫ ଟ୍ରିଲିୟନ ଡଲାରରେ ପହଞ୍ଚତ୍ବା ଲାଗି ଭାରତ ଲକ୍ଷ୍ୟ ରଖିଛି।
ସେହିପରି ଚାଇନାର ମୁଣ୍ଡପିଛା ଜାତୀୟ ଆୟ ଭାରତ ଠାରୁ ୭ ଗୁଣ ଅଧିକ। ୨୦୧୮ରେ ଚାଇନାମାନଙ୍କ ମୁଣ୍ଡପିଛା ଆୟ ୯୪୭୦ ଡଲାର ଥିଲାବେଳେ ଭାରତୀୟଙ୍କର ଆୟ ଥିଲା ୨୦୨୦ ଡଲାର। ଦୁଇଦେଶ ମଧ୍ୟରେ ବ୍ୟବସାୟର ପର୍ଯ୍ୟାପ୍ତ ସମ୍ଭାବନା ରହିଥିଲାବେଳେ ଚାଇନା ସହ ଭାରତର ବାଣିଜି୍ୟକ ନିଅଣ୍ଟ ଯଥେଷ୍ଟ ଅଧିକ। ୨୦୧୬ରେ ଚାଇନା ଭାରତକୁ ୬୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିବାବେଳେ ନୂଆଦିଲ୍ଲୀ ସେହିବର୍ଷ ବେଜିଂକୁ ମାତ୍ର ୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ପଠାଇଛି। ଆର୍ଥତ୍କ ସ୍ଥିତି ଦୃଷ୍ଟିରୁ ଦୁଇଦେଶ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହୁଥିଲେ ହେଁ ଏମାନେ ସର୍ବବୃହତ ବଜାର ଏବଂ ବିଶ୍ୱ ଅର୍ଥନୀତିରେ ଏମାନଙ୍କର ବଡ଼ ଭୂମିକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

ରାଜନୀତିରେ ଅଜବ ଦୃଶ୍ୟ, ମଇଁଷି-ମେଣ୍ଢା ଉପରେ ଆସି କରୁଛନ୍ତି ନାମାଙ୍କନ ଦାଖଲ

କୋଲକାତା,୪।୫: ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଜାରି ରହିଛି। ବିଭିନ୍ନ ଦଳର ପ୍ରାର୍ଥୀ ନିଜର ଖାସ୍‌ ଅନ୍ଦାଜରେ ଆସି ନାମାଙ୍କନ...

ହ୍ବାଟସଆପର ଭୁଲ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୪।୫: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଏହା ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ମାର୍ଚ୍ଚ ୧ ରୁ ୩୧ମଧ୍ୟରେ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri