ଅମ୍ଫନ୍‌ ପାଇଁ ଲକ୍ଷେ କୋଟି କ୍ଷତି

କୋଲକାତା,୨୪।୫: ମହାବାତ୍ୟା ଅମ୍ଫନ୍‌ ଯୋଗୁ ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତିକ୍ଷତି ଘଟିଥିଲେ ହେଁ ଓଡ଼ିଶା ସେତେଟା ପ୍ରଭାବିତ ହୋଇନାହିଁ। ଅମ୍ଫନ୍‌ ଯୋଗୁ ଭିତ୍ତିଭୂମି, କୃଷି ସମେତ ଅନ୍ୟ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା (୧୩ ବିଲିୟନ ଡଲାର) କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ପଡ଼ୋଶୀ ବାଂଲାଦେଶରେ ସାମୁଦ୍ରିକ ଝଡ଼ ଯୋଗୁ ୧୧ ବିଲିୟନ ଟାକା(୧୩୦ ନିୟୁତ ଡଲାର) କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। ଅମ୍ଫନ୍‌କୁ ଦଶନ୍ଧିର ସବୁଠାରୁ ଭୟଙ୍କର ବାତ୍ୟା ବୋଲି କୁହାଯାଇଛି। ୨ଟି ଦେଶରେ ୧୦୨ଜଣ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ଘର ଭାଙ୍ଗିବା କିମ୍ବା ବିଦ୍ୟୁତ୍‌ ଆଘାତ ଲାଗିବା ଦ୍ୱାରା ଅଧିକାଂଶ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ସ୍ଥଳଭାଗ ଛୁଇଁବା ଆଗରୁ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।
ବାତ୍ୟାରେ ୧.୩୬ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ଲୋକଙ୍କର ବାସଗୃହ, ଫସଲ ଏବଂ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ୧.୫ ନିୟୁତ ଲୋକଙ୍କ ଘର ଭାଙ୍ଗିଥିବା ପଶ୍ଚିମବଙ୍ଗ ସରକାରଙ୍କ ୨ ବରିଷ୍ଠ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାର ୭୦୦ ଗାଁରେ ବନ୍ୟା ସ୍ଥିତି ଉପୁଜିଛି। ଫଳରେ ୮୦ହଜାର ଲୋକ ବାସଗୃହ ହରାଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଅଧିକାରୀ ଜଣକ କହିଛନ୍ତି ଯେ, ଅନେକ ଲୋକ ବର୍ତ୍ତମାନ ରିଲିଫ କ୍ୟାମ୍ପରେ ରହିଛନ୍ତି। ଲୋକେ ଗୋଟିଏ ସ୍ଥାନରେ ରହୁଥିବା ବେଳେ ସାମାଜିକ ଦୂରତ୍ୱ ନିୟମ ପାଳନ ହେଉ ନ ଥିବାରୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଉପୁଜିଛି। ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୧୩୩ କି.ମି. ରହିଥିଲା। ଫଳରେ ବଡ଼ ବଡ଼ ଗଛ ଏବଂ ଘରଦ୍ୱାର ସବୁ ଭାଙ୍ଗିଯାଇଛି। ବାତ୍ୟାରେ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଚାଷଜମି ମଧ୍ୟ ନଷ୍ଟ ହୋଇଥିବା ସୂଚନା ରହିଛି। ଏହାଦ୍ୱାରା ଜୀବନ ଜୀବିକା ଉପରେ ଦୀର୍ଘମିଆଦୀ ପ୍ରଭାବ ପଡ଼ିବ ବୋଲି ଆକ୍ସନ ଏଡ୍‌ ନାମକ ଏକ ସଂସ୍ଥା କହିଛି। ବର୍ତ୍ତମାନ ଖାଦ୍ୟ, ଜଳ ଯୋଗାଣ ଏବଂ ଭାଙ୍ଗିଥିବା ଘରଗୁଡିକୁ ଠିକ୍‌ କରିବାର ଆବଶ୍ୟକତା ରହିଛି ବୋଲି ଆକ୍ସନ ଏଡ୍‌ର କଣ୍ଟ୍ରି ଡାଇରେକ୍ଟର ଫର୍‌ହା କବିର କହିଛନ୍ତି।
ୟୁରୋପୀୟ ସଂଘର ୫ ଲକ୍ଷ ୟୁରୋ ସହାୟତା
ବାତ୍ୟା ପ୍ରଭାବିତ ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କ ପୁନର୍ବାସ ଏବଂ ଥଇଥାନ ଲାଗି ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ଲକ୍ଷ ୟୁରୋ ସହାୟତା ଘୋଷଣା କରାଯାଇଛି। ୟୁରୋପିଆନ ୟୁନିୟନ କମିଶନ ଫର୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଏଭଳି ସହାୟତା ଦେବାକୁ ଆଗେଇ ଆସିଛି। ୟୁରୋପିଆନ ୟୁନିୟନ କମିଶନର ଫର୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଜେ.ଲେନାରକିକ୍‌ କହିଛନ୍ତି ଯେ, କ୍ଷୟକ୍ଷତି ପରିମାଣ ବହୁ ଅଧିକ ରହିଥିବାରୁ ତ୍ୱରିତ ଭିତ୍ତିରେ ଲୋକଙ୍କ ସହାୟତା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ସେହିଭଳି ବାଂଲାଦେଶ ପାଇଁ ୧ ଲକ୍ଷ ୟୁରୋ ରାଶି ସହାୟତା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?