Posted inଖେଳ

ଅମୋଲ ମଜୁମ୍‌ଦାର ଦକ୍ଷିଣ ଆଫ୍ରିକା ବ୍ୟାଟିଂ କୋଚ୍‌

ନୂଆଦିଲ୍ଲୀ, ୧୦ା୯ (ପି.ଟି.)- ମୁମ୍ବାଇ ଷ୍ଟଲ୍‌ଓ୍ବାର୍ଟ ଅମୋଲ ମଜୁମ୍‌ଦାର ସୋମବାର ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଅକ୍ଟୋବର ୨ରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ ଖେଳିବ। ୪୪ ବର୍ଷୀୟ ଅମୋଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୮.୧୩ ଆଭରେଜରେ୧୧, ୧୬୭ ରନ କରିଛନ୍ତି। କିନ୍ତୁ ସେ ଭାରତ ତରଫରୁ ଖେଳିବା ଲାଗି କେବେ ସୁଯୋଗ ପାଇନାହାନ୍ତି। ମୋତେ ଗତ ସପ୍ତାହରେ ଅଫର ଆସିଥିଲା। ମୁଁ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲି। ଏହା ମୋ ପାଇଁ ବଡ଼ ସୁଯୋଗ ଥିଲା। ଦକ୍ଷିଣ ଆଫ୍ରିକା ଭଳି ଏକ ଅନ୍ତର୍ଜାତୀୟ ଦଳ ସହିତ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିବା ମୋ ପାଇଁ ଗୌରବର ବିଷୟ ବୋଲି ମଜୁମ୍‌ଦାର କହିଛନ୍ତି। ଆସାମ ଏବଂ ପରେ ଆନ୍ଧ୍ର ପାଇଁ ଖେଳିବା ପୂର୍ବରୁ ଅମୋଲ ମୁମ୍ବାଇ ତରଫରୁ ଅଧିକ ଦିନ ଧରି ପ୍ରତିନିଧିତ୍ୱ କରିଛନ୍ତି। ସେ ଲିଷ୍ଟ ଏ’ କ୍ରିକେଟରେ ୩୨୮୬ ରନ ସ୍କୋର କରିଛନ୍ତି। ସେ ମଧ୍ୟ ଆଇପିଏଲ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ଏବଂ ନେଦରଲାଣ୍ଡ୍ସ ଜାତୀୟ ଦଳର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରିସାରିଛନ୍ତି। ଅମୋଲଙ୍କୁ କେବଳ ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନିଯୁକ୍ତି ମିଳିଛି। ଅକ୍ଟୋବର ୨ରୁ ବିଶାଖାପାଟଣାଠାରେ ପ୍ରଥମ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଅନ୍ୟ ଦୁଇଟି ପୁଣେ (ଅକ୍ଟୋବର ୧୦ରୁ ୧୪) ଏବଂ ରାଞ୍ଚତ୍ (ଅକ୍ଟୋବର ୧୯ରୁ ୨୩)ଠାରେ ଖେଳାଯିବ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୨୦୧୫ରେ ଭାରତ ବିପକ୍ଷରେ ଦିନିକିଆ ଓ ଟି୨୦ ସିରିଜ ଜିତିପାରିଥିଲା, ମାତ୍ର ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୦-୩ରେ ପରାସ୍ତ ହୋଇଥିଲା। ମଜୁମଦାର କହିଛନ୍ତି ଏହା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଏବଂ ଗୁରୁ ଦାୟିତ୍ୱ ବୋଲି ନିଃସନ୍ଦେହରେ କୁହାଯାଇପାରେ। ଚାରି ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନମାନେ ଭାରତର ଟର୍ନିଂ ଟ୍ରାକ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂକୁ ସାମ୍ନା କରି ପାରି ନ ଥିଲେ। ମଜୁମ୍‌ଦାର ତାଙ୍କ ଖେଳିବା ସମୟରେ ସ୍ପିନ ବୋଲିଂକୁ ଖେଳିବାରେ ଓସ୍ତାଦ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri