ଅଭିବୃଦ୍ଧିରେ ସହାୟକ ସ୍ଥିର ସରକାର:ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୪-୫- ଦେଶରେ ସ୍ଥିର ସରକାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ସେହିଭଳି ଘରୋଇ ବଜାରକୁ ବିଦେଶୀ ପୁଞ୍ଜି ଆଗମନରେ ଏହା ସହାୟକ ହେବ। କେନ୍ଦ୍ରରେ ଏନ୍‌ଡିଏ ସରକାର ଆସୁଥିବା ବେଳେ ଶିଳ୍ପ ଜଗତ ପକ୍ଷରୁ ଏଭଳି ମତ ପ୍ରକାଶ ପାଇଛି। ପ୍ରତିଷ୍ଠିତ ଶିଳ୍ପପତି ତଥା ଗୋଦରେଜ ଗ୍ରୁପର ଚେୟାରମ୍ୟାନ ଆଦି ଗୋଦରେଜ କହିଛନ୍ତି, ଦେଶର ଜିଡିପି ଅଭିବୃଦ୍ଧି ଲାଗି ନୂଆ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାର ଆଶା ରହିଛି। ଏହା ବାଦ କର୍ପୋରେଟ ଟିକସ କ୍ଷେତ୍ରରେ ସରକାର ବିଚାର କରିବାର ଆବଶ୍ୟକତା ରହିଛି। ଭାରତର କର୍ପୋରେଟ ଟିକସ ବିଶ୍ୱର ସର୍ବୋଚ୍ଚ ସ୍ତରରେ ରହିଛି। ଏଥିରେ ହ୍ରାସ ହେବାର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ୍‌। ସରକାର କର୍ପୋରେଟ ଟିକସକୁ ୨୫%କୁ ହ୍ରାସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗୋଦରେଜ କହିଛନ୍ତି। ଛୋଟ ଛୋଟ କମ୍ପାନୀଗୁଡିକ ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏହି ଦିଗରେ ଅନ୍ୟାନ୍ୟ ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।
ସେହିଭଳି ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ମଧ୍ୟ ଘରୋଇ ବଜାର ଅଭିବୃଦ୍ଧି ଲାଗି ନୀତି ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାରୁ ସଂସ୍କାର ଧାରା ଜାରି ରଖିବା ଆବଶ୍ୟକ। ବାଣିଜ୍ୟ ଏବଂ ଉଦ୍ୟୋଗୀଙ୍କ ଲାଗି ସୁସ୍ଥ ବାତାବରଣ ଏବଂ ନିଯୁକ୍ତି ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପାନଗାରିଆ ଟୁଇଟ ଯୋଗେ କହିଛନ୍ତି।
ବିଏସ୍‌ଇ ମେମ୍ବର ରମେଶ ଦମାନୀ କହିଛନ୍ତି ଯେ, ଘରୋଇ ବଜାରରେ ଆଗାମୀ ଦିନରେ ଅଧିକ ବିଦେଶୀ ପୁଞ୍ଜି ଆଗମନ ଘଟିବ। ଘରୋଇ ବଜାରରେ ଅନେକ ଭଲ ନିବେଶକାରୀ କମ୍ପାନୀ ରହିଥିବା ବେଳେ ଏହି ଧାରାରେ ଉନ୍ନତି ଆସିବ ବୋଲି ଦମାନୀ କହିଛନ୍ତି। ନିର୍ବାଚନ ଯୋଗୁ ଗତ ୬ ମାସ ଧରି ଅନକେ ଡିଲ ଅସମ୍ପର୍ଣ୍ଣ ସ୍ଥିତିରେ ରହିଛି। ଏହି ଧାରାରେ ପରିବର୍ତ୍ତନ ଆସିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିଭଳି ଏଫଡିଆଇ ଆକୃଷ୍ଟ କରିବାରେ ଭାରତ ସ୍ଥାନ ଉଲ୍ଲେଖନୀୟ ରହିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ହାଉସ ଅଫ୍‌ ହୀରା ନନ୍ଦୀନିର ପ୍ରତିଷ୍ଠାତା ସୁରେନ୍ଦ୍ର ହୀରାନନ୍ଦୀନି କହିଛନ୍ତି, ସ୍ଥିର ସରକାର ରିୟଲ ଇଷ୍ଟେଟ କ୍ଷେତ୍ର ଅଭିବୃଦ୍ଧିରେ ସହାୟକ ହେବ। ସେହିଭଳି ନିବେଶ ଏବଂ ନିଯୁକ୍ତିକୁ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri