ଅଭିବୃଦ୍ଧି ପୂର୍ବାନୁମାନ ୫.୫%କୁ ଖସାଇଲା ଫିଚ୍‌

ନୂଆଦିଲ୍ଲୀ,୨୫-୧୦: ଚଳିତ ଆର୍ଥିକ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍‌ ରେଟିଂ ଏଜେନ୍ସି ୫.୫%କୁ ଖସାଇଛି। ଋଣ ଅଭିବୃଦ୍ଧିରେ ହ୍ରାସ ଏବଂ ଏନ୍‌ବିଏଫ୍‌ସି ଭଳି ସମସ୍ୟା ଯୋଗୁ ଭାରତର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଏହି ରେଟିଂ ଏଜେନ୍ସି ପ୍ରକାଶ କରିଛି। ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ୬.୬% ରହିବ ବୋଲି ଏହା ଚଳିତ ବର୍ଷ ଜୁନରେ ପୂର୍ବାନୁମାନ କରିଥିଲା। ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ପଦକ୍ଷେପ ଦ୍ୱାରା ଭାରତର ଅଭିବୃଦ୍ଧି ଧାରା ତ୍ୱରାନ୍ବିତ ହେବ । ସରକାର ଗ୍ରହଣ କରିଥିବା କର୍ପୋରେଟ ଟିକସ ହ୍ରାସ ଅଭିବୃଦ୍ଧିକୁ ଧିରେ ଧିରେ ତ୍ୱରାନ୍ବିତ କରିବ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି। ଦେଶର ଜିଡ଼ିପି ଅଭିବୃଦ୍ଧି ୬.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଅକ୍ଟୋବରରେ ପୂର୍ବାନୁମାନରେ କହିଛି। ଫିଚ କରିଥିବା ଏହି ପୂର୍ବାନୁମାନ ରିଜର୍ଭ ବ୍ୟାଙ୍କ ଆକଳନଠାରୁ ନିମ୍ନରେ ରହିଛି। ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୬.୨% ଏବଂ ଏହା ପରବର୍ତ୍ତୀ ଆର୍ଥତ୍କ ବର୍ଷରେ ଜିଡିପି ୬.୭% ଛୁଇଁବ ବୋଲି ଏହା କହିଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଛି। ୨୦୧୩ ପରଠାରୁ ଏହା ସବୁଠାରୁ ସର୍ବନିମ୍ନର ଅଭିବୃଦ୍ଧି। ଘରୋଇ ଏବଂ ବାହ୍ୟ ଚାହିଦା ହ୍ରାସ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଉପରେ ଗଭୀର ଭାବେ ପ୍ରଭାବ ପକାଇଛି। ଗତ ମାସରେ ମୁଡିସ ଇନଭେଷ୍ଟର୍ସ ସର୍ଭିସ ମଧ୍ୟ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%ରୁ ୫.୮%କୁ ଖସାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…

ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…

ଭୋ ଭୋ ହୋଇ କାନ୍ଦିଲେ ଆନ୍ନା ହଜାରେ: ଅସୁସ୍ଥ ଥିବା ସତ୍ତ୍ୱେ..

ମୁମ୍ବାଇ,୨୩।୭:ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ଏକ ନୀରବ ପ୍ରତିବାଦ ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ମହାରାଷ୍ଟ୍ରର ଶିରିଡିରେ ଏକ ନୀରବ ପ୍ରତିବାଦ ଆୟୋଜନ କରାଯାଇଥିଲା। ଦିଲ୍ଲୀରେ…

ଫାଷ୍ଟ ଟ୍ରାକ କୋର୍ଟ ଗଠନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ଉପରେ ଆସିଲା CJPର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ-ଟ୍ରାକ କୋର୍ଟ ଗଠନ କରାଯିବ। ସେ…

‘କ୍ଷମା କରନ୍ତୁ…’, କାହିଁକି ଏମିତି କହି ଜନ୍ତର ମନ୍ତରରୁ ହଟିଗଲେ ଅଭିଜିତ ଦୀପକେ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର ମନ୍ତରରେ ଏକ ମାସରୁ ଅଧିକ ସମୟ ଧରି ପ୍ରତିବାଦ କରୁଥିବା କୋକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ଅଭିଜିତ ଦୀପକେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

NEET ପେପର ଲିକ ମାମଲାରେ ସଞ୍ଜୀବ ମୁଖିଆଙ୍କୁ କ୍ଲିନଚିଟ୍‌: ମିଳିଲାନି କୌଣସି ପ୍ରମାଣ

ନୂଆଦିଲ୍ଲୀ,୨୩।୭: NEET-UG 2024 ପେପର୍‌ ଲିକ ମାମଲାରେ CBI ସଞ୍ଜୀବ ମୁଖିଆଙ୍କୁ କ୍ଲିନ ଚିଟ ଦେଇଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ସଞ୍ଜୀବ କୁମାର ଓରଫ ସଞ୍ଜୀବ…

CJP Protest: ସର୍ତ୍ତ ମାନିନେଲେ ମୋଦି ସରକାର, ଜନ୍ତରମନ୍ତର ଯାଇ କରିବେ…

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ଉଷ୍ମତା ଜାରି ରହିଛି ।ଜନ୍ତରମନ୍ତରରେ CJP ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri