ଅବହେଳିତ ଅବସ୍ଥାରେ ଜୟଦେବ ପୀଠ

ବାଲିଅନ୍ତା,୧୭ା୧(ଡି.ଏନ.ଏ): ଗୀତ ଗୋବିନ୍ଦର ରଚୟିତା କବି ଜୟଦେବଙ୍କ ଜନ୍ମପୀଠ ବାଲିଅନ୍ତା ବ୍ଲକ କେନ୍ଦୁଲିକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଛି । ହେଲେ ଦୀପତଳ ଅନ୍ଧାର ଭଳି ଏହି ପର୍ଯ୍ୟଟନ କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ରହିଛି । ପୀଠ ପରିସର ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇପଡ଼ିଛି। ନାନା ଅବ୍ୟବସ୍ଥା ଯୋଗୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ପୀଠ ପରିସରରେ ଥିବା ଗଛଗୁଡ଼ିକ ଫନୀ ବାତ୍ୟାରେ ଭାଙ୍ଗି ପଡ଼ିଥିଲା। କିନ୍ତୁ ଏଯାବତ ସେଗୁଡ଼ିକୁ ଉଠାଯାଇ ନ ଥିବାରୁ ପରିବେଶ ଜଙ୍ଗଲମୟ ହୋଇଯାଇଛି। ଏହାର ସୌନ୍ଦର୍ଯ୍ୟ ଏକ ପ୍ରକାର ଅସଜଡ଼ା ରହିଛି । ପୀଠ ପରିସରର ଉଦ୍ୟାନଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଗଲାଣି । ପାଣି ଅଭାବରୁ ଗଛ ମରିଗଲାଣି । ପର୍ଯ୍ୟଟକଙ୍କୁ ପିଇବା ପାଇଁ ପାଣି ମୁନ୍ଦାଏ ମିଳୁନି। ୨ଟି କୂଅ ପରିତ୍ୟକ୍ତ ଅବସ୍ଥାରେ ରହିଛି । ପୀଠର ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ପୀଠରେ ଥିବା ଲାଇଟ୍‌ ଭାଙ୍ଗିଯାଇଥିବାରୁ ରାତିରେ ଅନ୍ଧକାର ରହୁଛି। ପ୍ରବେଶ ପଥରେ ଶୋଭାପାଉଥିବା ଜଳଉତ୍ସ ଅଚଳ । ଚତୁଃପାର୍ଶ୍ୱରେ ଥିବା ଦଶଅବତାର ମୂର୍ତ୍ତି ଭାଙ୍ଗିଯାଇଛି। ପଦ୍ମାବତୀ ପୁଷ୍କରଣୀରେ ଥିବା କାଳୀୟଦଳନ ମୂର୍ତ୍ତି ବାତ୍ୟାରେ ପଡ଼ିଯାଇଥିଲେ ବି ପୁନରୁଦ୍ଧାର କରାଯାଉ ନାହିଁ। ପୀଠ ପରିସରରେ ଥିବା ୨ଟି ଶୌଚାଳୟ ଭାଙ୍ଗିରୁଜି ଗଲାଣି । ପର୍ଯ୍ୟଟକମାନଙ୍କ ପରିସ୍ରା ଓ ଶୌଚ ପାଇଁ ଜାଗା ନ ଥିବାରୁ ସେମାନେ ହଇରାଣ ହେଉଛନ୍ତି । ଜୟଦେବ ସଂଗ୍ରହାଳୟଟି ଗତ ଏକ ବର୍ଷ ହେଲା ଖୋଲା ପଡ଼ିଛି । ପର୍ଯ୍ୟଟକମାନେ ସଂଗ୍ରହାଳୟ ଭିତରେ ଥିବା ବହୁ ପ୍ରାଚୀନ ସାମଗ୍ରୀକୁ ଦେଖିବାରୁ ବଞ୍ଚିତ ହେଉଛନ୍ତି ।
ଭୂତକୋଠି ପାଲଟିଥିବା ଗେଷ୍ଟ ହାଉସ୍‌ରେ ୧୧ଟି ବ୍ରୋଞ୍ଜ ନିର୍ମିତ ମାଧବ ମୂର୍ତ୍ତି ପଡ଼ି ରହିଛି। ଏଥିପ୍ରତି କାହାର ନଜର ନାହିଁ। ପ୍ରତିଦିନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି। ମାତ୍ର ଦୁଇଜଣ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି ।
ଗୁରୁବାର ପୀଠ ବୁଲିବାକୁ ଆସିଥିବା ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଇଂରାଜି ମାଧ୍ୟମ ବିଦ୍ୟାଳୟର ଶତାଧିକ ଛାତ୍ରୀ ପାଣି ପିଇବାକୁ ନ ପାଇ ହଇରାଣ ହୋଇଥିଲେ। ଶିକ୍ଷୟିତ୍ରୀ ଜସସ୍ମିତା ମିଶ୍ର କୁହନ୍ତି, ପୀଠ ପରିସରରେ ଅଳିଆ ଆବର୍ଜନା ଭର୍ତ୍ତି ଥିବା ଯୋଗୁ ପିଲାମାନେ ଖେଳିପାରି ନ ଥିଲେ
ଛାତ୍ରୀମାନେ ପରିସ୍ରା ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞା ପାରମିତା ଜେନାମଣୀ କୁହନ୍ତି, ଏହି ପୀଠଟି ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ । ଏହାର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ, ସଂସ୍ମୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଦୃଷ୍ଟି ଦେବା ଜରୁରୀ। ଭାରପ୍ରାପ୍ତ ବିଡିଓ ରଶ୍ମିରେଖା ପ୍ରଧାନଙ୍କୁ ପୀଠରେ ଅବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କରିବାରୁ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ ।
ଜୟଦେବ ବିଧାୟକ ଅରବିନ୍ଦ ଢାଲି କୁହନ୍ତି, ପୀଠର ଉନ୍ନତି କରାଯିବ । ସବୁ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ନୀଳମାଧବ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?