Posted inଜାତୀୟ

ଅନ୍‌ଲାଇନ୍‌ରେ ପିଆଜ କିଲୋ ୧୫୦, ଆଳୁ ୧୦୦

ଲକ୍ଷ୍ନୌ,୩୦।୯: ସମଗ୍ର ଦେଶରେ ଏବେ ପିଆଜ ଦର ବୃଦ୍ଧି ପାଇଛି। ଏହାର ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ପକେଟ୍‌କୁ ସିଧା ମାଡ଼ କରୁଛି। କେଉଁଠି ପିଆଜ କିଲୋ ପ୍ରତି ୬୦ଟଙ୍କା ହୋଇଥିବା ବେଳେ ଆଉ କେଉଁଠି ୮୦ ଟଙ୍କା ହୋଇଛି। ହେଲେ ଅନ୍‌ଲାଇନ୍‌ ଶପିଂ କମ୍ପାନୀ ଆମାଜନ୍‌ରେ ପିଆଜ କିଲୋ ପ୍ରତି ୧୫୦ ଟଙ୍କା ହୋଇଥିବା ବେଳେ ଆଳୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ଏହା ଉପରେ ଡେଲିଭରି ଚାର୍ଜ ମଧ୍ୟ ଅଧିକ ରହିଛି। ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ପିଆଜ ଓ ଆଳୁ ଡେଲିଭରି ପାଇଁ ଜିନିଷ ସହ ଲୋକଙ୍କଠାରୁ ଅଧିକ ୮୫ ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଆମାଜନ୍‌ କମ୍ପାନୀ ପକ୍ଷରୁ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ସେଲ୍‌ ଲାଗିଛି। ଏହା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ। ଏପଟେ କମ୍ପାନୀର ସେଲ୍‌ ଚାଲିଥିବା ବେଳେ ଅନ୍ୟପଟେ ପିଆଜ ଓ ଆଳୁର ବର୍ଦ୍ଧିତ ଦରକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

G7 ସମ୍ମିଳନୀରେ ମୋଦିଙ୍କୁ ନେଇ ଏମିତି କ’ଣ କହିଲେ ଟ୍ରମ୍ପ? ହସି ହସି ବେଦମ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦ୍ୱିପାକ୍ଷିକ ବୈଠକ ଅବସରରେ ଟ୍ରମ୍ପ…

ଦେବଗଡ଼ରେ ବଢିଲା ଖରାଦିନ ସ୍କୁଲ ଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ…

ଦେବଗଡ,୧୮।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ୨୨ ତାରିଖରେ ଖୋଲିବ ସ୍କୁଲ। ୨୦ ତାରିଖ ଯାଏ ବଢ଼ିଲା ଖରାଦିନ ସ୍କୁଲ ଛୁଟି ଅବଧି। ଗ୍ରୀଷ୍ମ ପ୍ରବାହ ଯୋଗୁ…

ପାଣିପାଗ ବିଭାଗର ସୂଚନା, ବର୍ଷା ନେଇ ଏହି ୨୧ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୧୮।୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ…

କେସିଙ୍ଗାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ, ମିଳିବ ଏତିକି ଚାଉଳ

କେସିଙ୍ଗା,୧୮।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବୁଧବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ଓଡ଼ିଶାରେ ବଦଳିଲା ସ୍କୁଲ ଖୋଲିବା ସମୟ, କେଉଁଠି ଛୁଟି ତ କେଉଁଠି ସକାଳୁଆ କ୍ଲାସ୍…

ଭୁବନେଶ୍ୱର,୧୮।୬: ଓଡ଼ିଶାର ବିଭିନ୍ନ ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। କେତେକ ଜିଲା ଗ୍ରୀଷ୍ମକାଳୀନ ଛୁଟି…

୧୪୩ କୋଟିର ସମ୍ପତ୍ତି ସହ କୋଟି କୋଟିର ଋଣ! ଜାଣନ୍ତୁ ଉଦ୍ଧବ ଠାକରେଙ୍କ ନେଟଓ଼୍ବର୍ଥ…

ମୁମ୍ୱାଇ,୧୮।୬: ଉଦ୍ଧବ ଠାକରେ ନିଜ ଦଳରେ ବିଭାଜନକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ସେ କେତେ କୋଟି ସମ୍ପତ୍ତିର ମାଲିକ…

ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍‌ ଦିବସ, ଅଧିକ ସଚେତନତା ଆବଶ୍ୟକ

ଅଟିଜିମ୍‌ ସମସ୍ୟା ଶିଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏକ ଆକଳନରୁ ଜଣାପଡିଛି ଯେ, ଶତକଡା ତିନି ଭାଗ ଶିଶୁ ଅଟିଜିମ୍‌ର ଶିକାର ହୋଇଥାଆନ୍ତି। ଏ କ୍ଷେତ୍ରରେ ସଚେତନତା ବୃଦ୍ଧି…

୨ ଫାଇଲ ହଜିବା ଘଟଣା, ନବୀନ ଜେରା ହୋଇପାରନ୍ତି କହିଲେ ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର):ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri