ଅନୁଦାନ ହାତେଇବାକୁ ଅଭିନବ ଉଦ୍ୟମ

ଭଦ୍ରକ ଅଫିସ, ୨୦।୯ – ଦୃଷ୍ଟିହୀନ, ମୁକ, ବଧିର ସ୍କୁଲରେ ସରକାରୀ ଅନୁଦାନ ହାତେଇବା ପାଇଁ ସୁସ୍ଥ ପିଲାଙ୍କୁ ରଖି ଅଭିନବ ଉପାୟରେ ଚାଲିଥିଲା ଶିକ୍ଷାନୁଷ୍ଠାନ। ଗୁରୁବାର ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷାଙ୍କ ଅଚାନକ ପରିଦର୍ଶନ ପରେ ଏହି ଗୁମର ଖୋଲିଛି। ଅଧ୍ୟକ୍ଷା ସୁଲୋଚନା ଦାସ ଗୁରୁବାର ଭଦ୍ରକ ଜିଲା ଗସ୍ତରେ ଆସି ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଗୋପାଳପୁରସ୍ଥିତ ରଙ୍କନିଧି ମୁକ ବଧିର ବିଦ୍ୟାଳୟରେ ପହଞ୍ଚିଥିଲେ। ତନାଘନା ସମୟରେ ଏହି ରହସ୍ୟ ପଦାକୁ ଆସିଛି। ଏପରିକି ଏହି ସ୍କୁଲର ଉପସ୍ଥାନ ବଢ଼ାଇବା ଲାଗି ପାଖ ସ୍କୁଲରୁ ପିଲାଙ୍କୁ ଆଣି ନିଜ ସ୍କୁଲର ଛାତ୍ରୀଛାତ୍ର ଦର୍ଶାଉଥିବା ବେଳେ ଅଧ୍ୟକ୍ଷା ଦାସଙ୍କ ହାବୁଡ଼ରେ ଚଞ୍ଚକତାର ପ୍ରମାଣ ମିଳିଛି।
ସୂଚନା ଅନୁଯାୟୀ, ୧୯୮୬ରୁ ସ୍ଥାପିତ ଏହି ବିଦ୍ୟାଳୟର କର୍ତ୍ତୃପକ୍ଷ ସ୍ଥାନୀୟ ଅନ୍ୟ ଏକ ସ୍କୁଲର ଜଣେ ଛାତ୍ରୀ କଥା କହିପାରୁଥିଲେ ମଧ୍ୟ ତାଙ୍କୁ ମୁକ ଦର୍ଶାଇଛନ୍ତି। ଛାତ୍ରୀ ଜଣଙ୍କ ଏହି ଶିକ୍ଷାନୁଷ୍ଠାନର ହୋଇଥିବା ଦର୍ଶାଯାଇଥିଲା। ସ୍କୁଲରେ ପିଲାଙ୍କୁ ମାଡ଼ ମରାଯାଉଥିବା ମଧ୍ୟ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଅଧ୍ୟକ୍ଷା ଦାସଙ୍କୁ ଜଣାଇଥିଲେ। ଏପରିକି ରାନ୍ଦିଆ ଫିସେରୀ ବନ୍ଧ ନିକଟ ଅଞ୍ଚଳର ଜଣେ ଶିଶୁଙ୍କୁ ଉକ୍ତ ସ୍କୁଲରେ ମାଡ଼ ମରାଯାଇ ଲହୁ ଲୁହାଣ କରି ଦିଆଯାଇଥିବା ଓ ସେ ଦୀର୍ଘଦିନ ଧରି ମେଡିକାଲରେ ଚିକିତ୍ସାଧୀନ ରହିବା ଭଳି ଘଟଣା ସମ୍ପର୍କରେ ଜଣାପଡ଼ିଛି। ଭିନ୍ନକ୍ଷମ ବିଭାଗର ଆଡ୍‌ଭାଇଜର୍‌ ପ୍ରିୟବ୍ରତ ଦାସ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର ଦେହୁରୀ ଓ ସହାୟକ ଜିଲାପାଳ ବାସନ୍ତୀ ସାମଲ ପ୍ରମୁଖ ସ୍କୁଲରେ ପହଞ୍ଚି ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଏହି ସ୍କୁଲରେ ୧୨୩ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ରହିବା, ଖାଇବା ଓ ପଢ଼ିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଗୁରୁବାର ପରିଦର୍ଶନ ବେଳେ ୬୩ ପିଲାଙ୍କର ଉପସ୍ଥାନ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ୫ଜଣ ଅନ୍ୟ ସ୍କୁଲର ଥିଲେ। ଗସ୍ତରେ ଆସିଥିବା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ଦାସ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି। ଅନ୍ୟପଟେ ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟର କର୍ତ୍ତୃପକ୍ଷ କିମ୍ବା ଅନ୍ୟ ଶିକ୍ଷକମାନେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ। ଅଧ୍ୟକ୍ଷା ଦାସ ଆଗାମୀ ଦିନରେ ଅନିୟମିତତା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦେହୁରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏକ ଚୂଡାନ୍ତ ରିପୋର୍ଟ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ଓ ଜିଲାପାଳଙ୍କୁ ପ୍ରଦାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri