Posted inଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶବ୍ୟାପୀ ବିପୁଳ ସମର୍ଥନ

ନୂଆଦିଲ୍ଲୀ,୬ା୮(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀର ପାଇଁ ଥିବା ସ୍ବତନ୍ତ୍ର ସମ୍ବିଧାନ ଏବଂ ଅନୁଚ୍ଛେଦ ୩୫ଏ ସମେତ ଅନ୍ୟ ସମସ୍ତ ନିୟମ ସ୍ବତଃ ଉଚ୍ଛେଦ ହୋଇଯାଇଛି। ସେହିପରି ଜମ୍ମୁ-କଶ୍ମୀରଠାରୁ ଲଦାଖ୍‌କୁ ଅଲଗା କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିଷ୍ଠା କରାଯିବାକୁ ପ୍ରସ୍ତାବ ରହିଛି। ତଦନୁଯାୟୀ ଜମ୍ମୁ-କଶ୍ମୀର ଓ ଲଦାଖ ପାଇଁ ଜଣେ ଲେଖାଏ ଉପରାଜ୍ୟପାଳ (ଲ୍ୟୁଟ୍‌ନାଣ୍ଟ ଜେନେରାଲ) ରହିବେ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ରାଜ୍ୟ ସଭାରେ ଆଗତ କରିଥିବା ପ୍ରସ୍ତାବ ବହୁମତରେ ଗୃହୀତ ହୋଇଛି। ବିଲ୍‌ ସପକ୍ଷରେ ୧୨୫ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ଯାଇଛି ମାତ୍ର ୬୧ ଖଣ୍ଡ। ଏହାସହ ଭାରତର ଆମତ୍ାକୁ ଥରାଇଦେଇଥିବା ଦୀର୍ଘ ୭୨ ବର୍ଷ ପୁରୁଣା ସମସ୍ୟାର ସମାଧାନ ହୋଇଛି। ଏହି ଐତିହାସିକ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଶାସନରେ ସବୁଠୁ ଦୁଃସାହସିକ ପଦକ୍ଷେପ ବୋଲି କୁହାଯାଉଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ଅଂଶୀଦାର ଦଳଗୁଡ଼ିକ ଏହାକୁ ସ୍ବାଗତ କରି ଉତ୍ସବ ମନାଉଥିବାବେଳେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଛନ୍ତି।
ଜମ୍ମୁ-କଶ୍ମୀରକୁ ସପ୍ତାହେ ମଧ୍ୟରେ ୩୮ ହଜାର ଯବାନଙ୍କୁ ପଠାଯିବା ନିଶ୍ଚିତ ଭାବେ କିଛି ଗୋଟିଏ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସାରା ଦେଶରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଉପତ୍ୟକାବାସୀ ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ରହିଥିଲେ। ସମୟ ଯେତିକି ଗଡ଼ିବାରେ ଲାଗିଥିଲା ଉତ୍କଣ୍ଠା ସେତିକି ବଢ଼ିଚାଲିଥାଏ। ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ କରାଯିବା ଆଶଙ୍କାରେ ରବିବାର ବିଳମ୍ବିତ ରାତିରେ ଶ୍ରୀନଗରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଓମାର ଅବ୍‌ଦୁଲ୍ଲା ଓ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି ସର୍ବଦଳୀୟ ବୈଠକରେ ଏହାକୁ ବିରୋଧ କରିଥିଲେ। କିଛି ସମୟ ପରେ ଉଭୟଙ୍କ ସହ କେତେଜଣ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଏହାସହ ରାଜଭବନରେ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏକ ଜରୁରୀ ବୈଠକ ଡାକିଥିଲେ, ଯାହାକି ଦୀର୍ଘ ସମୟ ଧରି ଚାଲିଥିଲା। ସୋମବାର ପୂର୍ବାହ୍ନ ୯ଟା ୩୦ରେ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍‌) ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପରେ ଶାହ ରାଜ୍ୟ ସଭାରେ ଏ ସମ୍ପର୍କିତ ସଂକଳ୍ପନାମା ଆଗତ କରିଥିଲେ। ସେ କହିଥିଲେ, ପାର୍ଲାମେଣ୍ଟର ସୁପାରିସ ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ଅନୁସାରେ ୩୭୦ର ସମସ୍ତ ଧାରା ଅକାମୀ ବା ଉଚ୍ଛେଦ ହୋଇଛି। ସେହିପରି ଶାହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଭାଗ କରିବା ପାଇଁ ଅନ୍ୟ ଏକ ବିଲ୍‌ ଆଗତ କରିଥିଲେ। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ଆଗତ କରି ସେ କହିଥିଲେ, କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଚଣ୍ଡିଗଡ଼ ଭଳି କୌଣସି ବ୍ୟବସ୍ଥାପିକା ରହିବ ନାହିଁ। ଅନ୍ୟପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଦିଲ୍ଲୀ ଓ ପଣ୍ଡିଚେରୀ ଭଳି ଏକ ବିଧାନସଭା ରହିବ। ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଏହି ଘୋଷଣା ସହ ଗୃହରେ ହୋହଲ୍ଲା ଓ ହଟ୍ଟଗୋଳ ହୋଇଥିଲା। ଗୃହରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ବିଲ୍‌କୁ ବିରୋଧ କରି କହିଥିଲେ, ସେ ତାଙ୍କ ରାଜନୈତିକ ଜୀବନରେ ଏପରି ହେବ ବୋଲି କେବେ ଚିନ୍ତା କରି ନ ଥିଲେ। ଦିନେ ଭାରତର ମୁକୁଟକୁ ଛେଦି ଦିଆଯିବ ଏହା ତାଙ୍କ କଳ୍ପନା ବାହାରେ ଥିଲା। ଏହି ବିଲ୍‌ ଗୃହୀତ ହେଲେ ଭାରତୀୟ ଇତିହାସ ପାଇଁ କଳାଦିନ ହେବ। ରାଜ୍ୟର ମାନଚିତ୍ରକୁ ହଟାଇ ଦୁଇଫାଳ କରିବା ଦୁର୍ଭାଗ୍ୟଜନକ ବୋଲି ସେ ସମାଲୋଚନା କରିଥିଲେ। ବିଜେଡି, ଏଆଇଏଡିଏମ୍‌କେ, ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଆଇଏନ୍‌ଏଲ୍‌ଡି, ବିଏସ୍‌ପି, ଏଏପି, ଶିବସେନା ଏହାକୁ ପୂର୍ଣ୍ଣ ସମର୍ଥନ କରିଥିବାବେଳେ ଏନ୍‌ସି, ପିଡିପି ସମେତ କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ, ଏସ୍‌ପି ଏବଂ ଆର୍‌ଜେଡି ଭଳି ଦଳ ବିରୋଧ କରିଥିଲେ । ଏନ୍‌ଡିଏ ସହଯୋଗୀ ଜେଡିୟୁ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା। ଶେଷରେ ବିଲ୍‌ ବହୁମତରେ ଗୃହୀତ ହୋଇଛି। ମଙ୍ଗଳବାର ଏହା ଲୋକ ସଭାରେ ଆଗତ ହୋଇପାରେ।
ଇତିମଧ୍ୟରେ କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଶ୍ରୀନଗର ଗସ୍ତ କରିଛନ୍ତି। ଉପତ୍ୟକାକୁ ଅତିରିକ୍ତ ୮ ହଜାର ଯବାନଙ୍କୁ ପଠାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରିପାରନ୍ତି। ଅନ୍ୟପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ପରେ ଜାତୀୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇବା ସହ ନୂଆ ସାମ୍ବିଧାନିକ ବିତର୍କ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଭାରତ ତା’ର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି। ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ନେଇ କେନ୍ଦ୍ରର ଏକତରଫା ନିଷ୍ପତ୍ତି ବେଆଇନ ଓ ଅସାମ୍ବିଧାନିକ। ଏହା ଜମ୍ମୁ-କଶ୍ମୀରରେ ଭାରତକୁ ଏକ ଜବରଦସ୍ତ ଦଖଲକାରୀ ବଳ ଭାବେ ପରିଣତ କରିବ ବୋଲି ମେହବୁବା ଟୁଇଟ୍‌ କରିଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ନିଜ ଅସନ୍ତୋଷ ବ୍ୟକ୍ତ କରି ସରକାରଙ୍କ ପଦକ୍ଷେପକୁ ଏକତରଫା ବୋଲି ଅଭିହିତ କରିଛନ୍ତି। ଭାରତ ସରକାରଙ୍କ ନିଷ୍ପତ୍ତି ଜମ୍ମୁ-କଶ୍ମୀରବାସୀଙ୍କ ପ୍ରତି ବିଶ୍ୱାସଘାତ। ଏହି ନିଷ୍ପତ୍ତିର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?