ଅନିଲଙ୍କ ସମେତ ଅନ୍ୟ ୪ ନିର୍ଦ୍ଦେଶକଙ୍କ ଇସ୍ତଫାପତ୍ର ନାମଞ୍ଜୁର

ନୂଆଦିଲ୍ଲୀ,୨୫-୧୧: ରିଲାଏନ୍ସ କମ୍ୟୁନିକେଶନରେ ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ପଦବୀରୁ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୪ ନିର୍ଦ୍ଦେଶକ ନିକଟରେ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଇନସଲଭେନ୍ସି ପ୍ରକ୍ରିୟା ଦେଇ ଚାଲୁଥିବା ଏହି କମ୍ପାନୀର ଋଣଦାତାମାନେ ସେମାନଙ୍କ ଇସ୍ତଫା ପତ୍ରକୁ ନାମଞ୍ଜୁର କରି ଦେଇଛନ୍ତି। ଇନସଲଭେନ୍ସି ପ୍ରକ୍ରିୟାରେ ସହଯୋଗ କରିବା ଲାଗି ଏମାନଙ୍କୁ କୁହାଯାଇଛି। ବିଏସ୍‌ଇକୁ କମ୍ପାନୀ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ରାୟନା କରାନି,ଛାୟା ବିରାନି, ମଞ୍ଜରୀ କାକେର ଏବଂ ସୁରେଶ ରଙ୍ଗାଚାର ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଥିଲେ। ନିକଟରେ କମ୍ପାନୀର ବୋର୍ଡ ବୈଠକ ବସିଥିବା ବେଳେ ଇସ୍ତଫାପତ୍ରକୁ ନ ଗ୍ରହଣ କରିବା ଲାଗି ଏଠାରେ ନିଷ୍ପତ୍ତି ହୋଇଥିଲା। ନିର୍ଦ୍ଦେଶକ ଭାନେ ଏମାନଙ୍କୁ ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଟେଲିକମ୍‌ କ୍ଷେତ୍ରର ପୁରୁଣା ବକେୟା ପ୍ରଦାନ ଲାଗି ନିକଟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ କମ୍ପାନୀକୁ ୩୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ସହିବାକୁ ପଡିଛି। ଗୋଟିଏ ତ୍ରୈମାସ କ୍ଷତି କ୍ଷେତ୍ରରେ କୌଣସି ଭାରତୀୟ କମ୍ପାନୀ ଲାଗି ଏହା ଦ୍ୱିତୀୟ ବଡ କ୍ଷତି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri