ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଖପ୍ପା

ଫୁଲବାଣୀ ଅଫିସ, ୨୩ା୧୦- ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ୨ ଦିନିଆ କନ୍ଧମାଳ ଗସ୍ତରେ ଆସିଥିଲେ। ସୋମବାର ଏବଂ ମଙ୍ଗଳବାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ବ୍ଲକ ଅଞ୍ଚଳରେ ବୁଲିବା ବେଳେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଦେଖିବାକୁ ଅଧିକାରୀମାନେ ଗ୍ରାମକୁ ଯାଉ ନ ଥିବା ଜାଣିବାକୁ ପାଇଥିଲେ। ମଧ୍ୟାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ଏହା ପ୍ରକାଶ କରିବା ସହ ଅଧିକାରୀମାନଙ୍କ ଉପରେ ବର୍ଷିଛନ୍ତି। ଆସନ୍ତା ମାସରେ ପୁଣି ଆସି କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିବେ। କୌଣସି ଅବହେଳା ନଜରକୁ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୋକ୍ଷରେ ସେ ଚେତାବନୀ ଦେଇଛନ୍ତି। ଏଥିସହ ପୁତୁଡି ଜଳପ୍ରପାତର ଉନ୍ନତୀକରଣ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସଚିବ କହିଛନ୍ତି। ବୈଠକରେ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ମମତା ଯୋଜନାରେ ପଞ୍ଜୀକୃତ ୨୦,୬୬୯ ଜଣ ଗର୍ଭବତୀଙ୍କ ମଧ୍ୟରୁ ୨୦,୬୫୦ ଜଣଙ୍କ ପାଖକୁ ପ୍ରଥମ କିସ୍ତି ଟଙ୍କା ପଠାଯାଇଛି। ବଳକା ୧୯ ଜଣଙ୍କର ଆକାଉଣ୍ଟ ନମ୍ବର ଭୁଲ ଯୋଗୁ ଟଙ୍କା ପଠାଯାଇ ପାରିନି। ସେହିପରି ୧୨, ୫୮ ଜଣଙ୍କ ମଧ୍ୟରୁ ୧୨,୩୫ ଜଣଙ୍କ ହିସାବ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି। ଜିଲାରେ କାର୍ଯ୍ୟକ୍ଷମ ଥିବା ୨୧୦୨ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୫୦୩ଟି ନିଜସ୍ବ କେନ୍ଦ୍ରରେ କାର୍ଯ୍ୟ ଚାଲିଥିବା ସୂଚନା ଦିଆଯାଇଥିଲା। ମିଶନ ଶକ୍ତି ଅଧୀନରେ ଜିଲାରେ ୧୪,୭୨୧ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ସେଥି ମଧ୍ୟରୁ ୭,୭୭୩ ଗୋଷ୍ଠୀ ୧୫ ହଜାର ଲେଖାଏ ଓ ୭,୫୩୬ଟି ଗୋଷ୍ଠୀ ୩ ହଜାର ଲେଖାଏ ଟଙ୍କା ପାଇଛନ୍ତି ବୋଲି ସୂଚନା ଦିଆଯାଇଥିଲା।ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହୁଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରୁନି ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ସେହିପରି କ୍ଲଷ୍ଟର ବୋର୍‌ ୱେଲ୍‌, ଡିପ୍‌ ବୋର୍‌ ୱେଲ୍‌ ଏବଂ ଉଠା ଜଳସେଚନ ଯୋଜନା, ନିରାମୟ ଯୋଜନା, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପାନୀୟ ଜଳ, ଶକ୍ତି, ଗ୍ରାମ୍ୟ ବିଦ୍ୟୁତୀକରଣ, ପି.ଡି.ଏସ୍‌., ଏନ୍‌.ଏଫ୍‌.ଏସ୍‌.ଏ. ଓ ରାଜ୍ୟ ଖାଦ୍ୟ ନିରାପତ୍ତା, ବିଭିନ୍ନ ପେନ୍‌ସନ୍‌ ଯୋଜନା, ସମନି୍ବତ ଆଦିବାସୀ ଉନ୍ନୟନ ସଂସ୍ଥାରେ ହେଉଥିବା କାର୍ଯ୍ୟ, ଶିକ୍ଷା ଓ ଜିଲା ମଙ୍ଗଳ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନେ ଉପସ୍ଥିତ ରହି ତଥ୍ୟ ପ୍ରଦାନ କରିଥିଲେ। ବୈଠକରେ ଜିଲାପାଳ ଡା.ବୃନ୍ଦା ଡି., ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସଚିବ ମଙ୍ଗଳବାର ବାଲିଗୁଡା ବ୍ଲକ ଦଣ୍ଡପଦରରେ ଛତୁଆ ଉପତ୍ାଦନ କେନ୍ଦ୍ର, ଫିରିଙ୍ଗିଆ ବ୍ଲକ ପୁରୁଣା ନୂଆଗାଁ ଗ୍ରାମରେ ସାମାଜିକ ସୁରକ୍ଷା, ଗ୍ରାମୀଣ ଆବାସ ଯୋଜନାର ଅଗ୍ରଗତି, ମାଶ୍ରିପଡାରେ ଅଙ୍ଗନୱାଡି କେନ୍ଦ୍ର, ମିଶନ ଶକ୍ତି, ପୋଡପୋଡାରେ ବୋରୱେଲ କାର୍ଯ୍ୟର ତଦାରଖ କରିବା ପରେ ଫୁଲବାଣୀ ଫେରି ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

ଭୂକମ୍ପ ଭଗ୍ନାବଶେଷ ଭିତରୁ ୭ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାରକାସ୍‌,୩।୭: ଭେନେଜୁଏଲାରେ ଦୁଇଟି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ବଞ୍ଚିବାର ଏକ ଉଲ୍ଲେଖନୀୟ କାହାଣୀ ସାମ୍ନାକୁ ଆସିଛି। ପ୍ରାୟ ୭ ଦିନ ଧରି ଏକ ଶପିଂ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri