Posted inଫୁରସତ

ଅଧରାତିରେ ସୂର୍ଯ୍ୟ ଉଦୟ ଦେଖି ହତବାକ୍‌ ହୋଇଯାଇଥିଲେ ଏହି ପରିବାର

ଲଣ୍ଡନ ଲଡସ୍‌ରେ ଜୁଲାଇ ୧୪ରେ ହେବାକୁ ଥିବା ଓ୍ବାଲର୍‌ଡ କପ୍‌ର ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟ ସଡ଼କ ପଥ ଦେଇ ସିଙ୍ଗାପୁରରୁ ଲଣ୍ଡନରେ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆ ଫାଇନାଲକୁ ଯିବ ବୋଲି ଏହି ଭାରତୀୟ ପରିବାର ଆଶାପୋଷଣ କରିଛନ୍ତି। ତେଣୁ ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ଏହି ପରିବାର ୧୭ଟି ଦେଶର ସୀମାକୁ ଅତିକ୍ରମ କରି ଜୁଲାଇ ୫ରେ ଲଣ୍ଡନରେ ପହଞ୍ଚିଛନ୍ତି। ଫେବୃୟାରୀରେ ଓ୍ବାଲର୍‌ଡ କପ୍‌ ଘୋଷଣା ହେବା ପରେ ସିଙ୍ଗାପୁରରେ ରହୁଥିବା ଅନୁପମ ମାଥୁର ଓ ଅଦିତି ମାଥୁର ଲଣ୍ଡନରେ ଓ୍ବାଲର୍‌ଡ କପ୍‌ର ଫାଇନାଲ ମ୍ୟାଚ ଦେଖିବା ପାଇଁ ସ୍ଥିର କରିଥିଲେ। ହେଲେ କିଛି ରୋମାଞ୍ଚକର ଢଙ୍ଗରେ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଡ଼କ ପଥରେ କାରରେ ଯିବା ପାଇଁ ଭିଜା, ଅନ୍ୟାନ୍ୟ କାଗଜପତ୍ର ଓ ସମସ୍ତ ଔପଚାରିକତା ପୂରଣ କରି ମେ ୧୭ରେ ଅନୁପମ ତାଙ୍କ ପତ୍ନୀ ଅଦିତି, ବାପା ଅଖିଳେଶ, ମା’ ଅଞ୍ଜନା, ପୁଅ ଅବିବ(୬) ଓ ଝିଅ(୩)ଙ୍କୁ ନେଇ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୧୭ଟି ଦେଶକୁ ଯାତ୍ରା କରିବା ପାଇଁ ତାଙ୍କୁ ପ୍ରାୟ ୨୨,୬୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା। ୬୦ ଦିନରେ ୨୫ହଜାର କିଲୋମିଟର ଯାତ୍ରା କରିବା ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ। ଯାତ୍ରା ସମୟରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା। ଏହି ରୋମାଞ୍ଚକର ଯାତ୍ରାରେ ଯେତିକି ଖୁସି ଲାଗୁଥିଲା ସେତିକି ଭୟ ମଧ୍ୟ ଲାଗୁଥିଲା ବୋଲି ଅଦିତି କହିଛନ୍ତି। ଯାତ୍ରା ସମୟରେ ମସ୍କୋରୁ ଲଣ୍ଡନ ଯିବା ପାଇଁ ୨ଟି ରାସ୍ତା ରହିଥିଲା। ପ୍ରଥମ ରାସ୍ତା ଲଣ୍ଡନକୁ ଯାଉଥିବା ବେଳେ ଅନ୍ୟ ଏକ ରାସ୍ତା ସ୍ବିଡେନର ସୁମେରୁ ରେଖା ଦେଇ ଯାଉଥିଲା। ଜୁନ ୨୧ରେ ଏହି ରେଖାରେ କେବେ ବି ରାତି ହୋଇ ନ ଥାଏ। ୨୪ଘଣ୍ଟା ଆକାଶରେ ସୂର୍ଯ୍ୟ ଦେଖାଯାନ୍ତି। ତେବେ ଜୁନ ୨୮ରେ ସ୍ବିଡେନର ଜୁକାସବରୀରେ ରାତିରେ ସେମାନେ ପହଞ୍ଚିଥିବା ବେଳେ ରାତି ୧୨ଟାରେ ବି ସେଠାରେ ସୂର୍ଯ୍ୟ ଦେଖାଯାଉଥିଲେ। ରାତି ୧୨ଟା ୧୫ରେ ସୂର୍ଯ୍ୟାସ୍ତ ହେବାର ଠିକ୍‌ ୧୫ ମିନିଟ୍‌ ପରେ ପୁଣି ସୂର୍ଯ୍ୟୋଦୟ ହୋଇଥିଲା। ଏହି ଅଦ୍ଭୁତ ଦୃଶ୍ୟକୁ ଦେଖି ପରିବାରଲୋକ ହତବାକ୍‌ ହୋଇପଡ଼ିଥିଲେ। ବୋଧହୁଏ ସାରା ବିଶ୍ୱରେ ଏଭଳି ଏକ ପରିବାର ନ ଥିବ, ଯାହାର ୩ ପିଢ଼ି ଏକାସାଙ୍ଗରେ ବିଷୁବ ରେଖା ଉପରେ ଥିବା ସିଙ୍ଗାପୁରରୁ ସୁମେରୁ ରେଖା ପର୍ଯ୍ୟନ୍ତ ଯାତ୍ରା କରିଥିବ ବୋଲି ଅନୁପମ କହିଛନ୍ତି। ଅପରପକ୍ଷରେ ଫାଇନାଲ ମ୍ୟାଚ୍‌ ଦେଖିସାରିବା ପରେ ଜୁଲାଇ ୧୫କୁ ସେମାନେ ସିଙ୍ଗାପୁର ଫେରିବେ। ଫେରିବା ସମୟରେ କାରକୁୁ ଜାହାଜରେ ପଠାଇ ନିଜେ ବିମାନରେ ସିଙ୍ଗାପୁର ଯିବେ। ଏହି ପରିବାରର ରୋମାଞ୍ଚକର ଯାତ୍ରା ସାରା ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri