ଅଣସର ଦର୍ଶନ ୧୧ ଦିନରେ: ନଟବର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବ୍ରହ୍ମଗିରି, ୩୦ା୬(ଡି.ଏନ୍‌.ଏ.): ଦେବ ସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉମାନେ ମହାସ୍ନାନ ପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି। ଏପଟେ ମହାପ୍ରଭୁ ଅଲାରନାଥଙ୍କ ନିକଟରେ ଚାଲିଛି ଅଣସର ଦର୍ଶନ। ଶନିବାର ଥିଲା ଖଳିଲାଗି ଏକାଦଶୀ। ଏହି ଅବସରରେ ମହାପ୍ରଭୁଙ୍କୁ ଖଳିଲାଗି କରାଯାଇଥିବା ସମୟରେ ଅଲାରନାଥଙ୍କ ନଟବର ବେଶ ଅନୁଷ୍ଠିତ ହୋଥେିଲା। ଏହି ନଟବର ବେଶ ଏକ ସ୍ବତନ୍ତ୍ର ବେଶ। ଅଣସର ଦର୍ଶନ ସମୟରେ ପଡୁଥିବା ଏହି ଖଳିଲାଗି ଏକାଦଶୀ ଦିନ ଶ୍ରୀଜୀଉଙ୍କ ନଟବର ବେଶ ଅନୁଷ୍ଠିତ ହୋଇଥାଏ। ଶନିବାର ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ୪ଟା ୧୫ରେ ମଙ୍ଗଳ ଆଳତୀ, ୪ଟା ୩୦ରେ ଅବକାଶ, ୫ଟାରେ ମହାପ୍ରଭୂଙ୍କୁ ନଟବର ବେଶ କରାଯାଇ ଚନ୍ଦନ ତୁଳସୀ ଲାଗି କରାଯାଇଥିଲା। ୫ଟା ୩୦ରେ ବଲ୍ଲଭ ଧୂପ ଓ ସକାଳ ୬ଟାରେ ସର୍ବସାଧାରଣ ଦର୍ଶନ ହୋଇଥିଲା। ନଟବର ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା।

ଅଲାରନାଥଙ୍କ ବିଭିନ୍ନ ବେଶ
ସର୍ବାଙ୍ଗ ଚନ୍ଦନ ବେଶ- ଏହା ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଅର୍ଥାତ ଚନ୍ଦନ ଯାତ୍ରାର ଶ୍ରୀକ୍ଷେତ୍ର ଭଉଁରୀ ଦିନ ହୋଇଥାଏ। ଏହି ଦିନ ୧୦ କିଲୋ ଚନ୍ଦନ କାଠ ଘୋରାଯାଇ ଶ୍ରୀ ଜିଉଙ୍କ ସର୍ବାଙ୍ଗ ଶରୀରରେ ଲେପନ କରାଯାଇଥାଏ।

ରାଜାଧିରାଜ ବେଶ- ଏହି ବେଶ ଦଶହରା, କାର୍ତ୍ତିକ ପୂର୍ଣ୍ଣମୀ ଓ ପୌଷ ପୂର୍ଣ୍ଣମୀରେ ଦେବାଭିଷେକ ପରେ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଶ୍ରୀ ଜିଉଙ୍କୁ ପଞ୍ଚତୀର୍ଥ ଜଳରେ ସ୍ନାନ କରାଯିବା ପରେ ବେଶ କରାଯାଇଥାଏ। ଏହି ବେଶରେ ଶ୍ରୀଜୀଉ ରାଜ ପୋଷାକ, ସୁନ କୀରଟି, ସୁନା ଚିତା, ସୁନା ହାର, ରୂପା ବାହୁଟି, ରୂପା ବାଜୁ, ରୂପା ବଟଫଳ ଓ ରୂପା ପାଉଁଜି ପିନ୍ଧିଥାନ୍ତି।

ରାଧା ଦାମୋଦର ବେଶ- ଆଶ୍ୱିନ୍ନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସରେ ରାଧ ଦାମୋଦରଙ୍କୁ ପୂଜା କରାଯାଉଥିବାରୁ ମାସ ଯାକ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଏହି ବେଶରେ ଠାକୁରଙ୍କୁ ସୁନା ଚିତା, ରୂପା ବାଜୁ ଓ ରୂପା ବଟ ଫଳ ପିନ୍ଧା ଯାଇଥାଏ। ପ୍ରାୟ ୩୦ରୁ ୩୫ଖଣ୍ଡ ଲୁଗାରେ ଧୋତି, ଚଦର, ଦୋଷଡ଼ା, କମର ପଟି ଓ ପଗଡ଼ିଦ୍ୱାରା ଠାକୁରଙ୍କୁ ବେଶ କରାଯାଇଥାଏ।

ଘୋଡ଼ଲାଗି ବେଶ- ଏହା ଓଢଣ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପଯର୍‌ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଠାକୁରଙ୍କ ସର୍ବାଙ୍ଗ ଶରୀରକୁ ଏକ ରେଶମ ଚଦରରେ ଆବୃତ୍ତ କରାଯାଇଥାଏ।

ସେହିପରି ଠାକୁରଙ୍କ ଚିତାଲାଗି ବେଶ, ବାଳକୃଷ୍ଣ ବେଶ, ଲକ୍ଷ୍ମୀନାରାୟଣ ବେଶ, ନୂଆ ଲୁଗା ଲାଗି ବେଶ ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ଅଭିଜିତ ଦୀପକେ କରିବେ ବିବାହ! ଆସିଲା ପ୍ରସ୍ତାବ, ମାଆ କହିଲେ-‘ମୋତେ ଏମିତି ବୋହୂ ଦରକାର’

ନୂଆଦିଲ୍ଲୀ, ୨୭॥୭: କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ସମାପ୍ତ ହୋଇଯାଇଛି। ସିଜେପି (CJP)ର ଏହି…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ଗାଦିଚ୍ୟୁତ ହେବେ ଭାଜପା ସରକାର! CJP ପରେ ମୁଣ୍ଡ ଟେକିଲାଣି RHA; ୩୫ ଲକ୍ଷ ଫଲୋୟର୍ସ, E20 ଜନତା ପାର୍ଟି ବି ଦେଲାଣି ଟେନସନ

ନୂଆଦିଲ୍ଲୀ,୨୭।୭: ‘କକ୍ରୋଚ ଜନତା ପାର୍ଟି’ (CJP) ସୋସିଆଲ ମିଡିଆ – ବିଶେଷକରି ଇନଷ୍ଟାଗ୍ରାମ – ମାଧ୍ୟମରେ ଏତେ ବଡ଼ ପ୍ରତିବାଦ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

୫ବର୍ଷରେ ବାଦ୍‌ ପଡ଼ିଲେଣି ୭୪.୮୯ଲକ୍ଷ ଭୋଟର

ଭୁବନେଶ୍ୱର,୨୭ା୭ (ରବିନାରାୟଣ ଜେନା): ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ରାଜ୍ୟରେ ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଜାରି ରହିଛି। ଗତ ୫ତାରିଖରେ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri