ଅଟୋ ପାର୍ଟସ ଉଦ୍ୟୋଗକୁ ବ୍ୟାପିଲା ମାନ୍ଦାବସ୍ଥା;୧୦ ହଜାର କୋଟି କ୍ଷତି ସହିବେ ୪୦୦ କମ୍ପାନୀ

ନୂଆଦିଲ୍ଲୀ,୨୬-୮: ଭାରତୀୟ ଅଟୋ ଉଦ୍ୟୋଗ ଏବେ ଅନେକ ପ୍ରକାର ସଙ୍କଟର ସାମ୍ନା କରୁଛି। ମାନ୍ଦାବସ୍ଥାର ପ୍ରଭାବ ଏଭଳି ଛାଇ ଯାଇଛି ଯେ, ଅଟୋ ସେକ୍ଟରରେ ପ୍ରାୟ ସାଢ଼େ ୩ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରାଯାଇସାରିଛି। ଆହୁରି ବହୁ କର୍ମଚାରୀ ବେକାର ହୋଇଯିବାର ଦ୍ୱାରଦେଶରେ ରହିଛନ୍ତି। ତେବେ ଅଟୋ ଉଦ୍ୟୋଗରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବ ଏବେ ପାର୍ଟସ ନିର୍ମାତାଙ୍କ ଉପରେ ଦେଖାଯାଇଛି। ପ୍ରାୟ ୪୦୦ ଛୋଟ ବଡ଼ ପାଟର୍‌ସ ନିର୍ମାତା କମ୍ପାନୀ ଚଳିତବର୍ଷ ୧୦ ହଜାର କୋଟି ଟଙ୍କା କ୍ଷତି ସହିବାକୁ ଯାଉଛନ୍ତି।
ଆସୋସିଏଶନ ଅଫ୍‌ ଇଣ୍ଡିଆ ଫୋର୍ଜିଙ୍ଗ୍‌ ଇଣ୍ଡଷ୍ଟ୍ରି(ଏଆଇଏଫ୍‌ଆଇ) ପକ୍ଷରୁ ତଥ୍ୟ ପ୍ରଦାନ କରି ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ, ଅଟୋ ଉଦ୍ୟୋଗରେ ଆସିଥିବା ଧିମା ସ୍ଥିତିର ପ୍ରଭାବ ଏବେ ୪୦୦ କମ୍ପାନୀଙ୍କ ଉପରେ ପଡିଛି। ସେମାନଙ୍କ ମଧ୍ୟରେ ୧୮୦ରୁ ୨୦୦ ପାଟର୍‌ସ ଉତ୍ପାଦନକାରୀ, ୮୩% ଛୋଟ,୯% ମଧ୍ୟମ ଓ ଅବଶିଷ୍ଟ ବଡ଼ ଉଦ୍ୟୋଗ ରହିଛି। ମାନ୍ଦାବସ୍ଥାର ପ୍ରଭାବରେ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ଲଘୁ ଉଦ୍ୟୋଗ। ଆର୍ଥିକ ବର୍ଷ ୨୦୧୮-୧୯ରେ ଉତ୍ପାଦନ କାରଣରୁ ଫୋଜିଙ୍ଗ୍‌ ଉଦ୍ୟୋଗ ପ୍ରାୟ ୫୦ ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରିଥିଲେ। କିନ୍ତୁ ଚଳିତବର୍ଷ ପ୍ରାୟ ୯ରୁ ୧୦ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିବ। ଗାଡ଼ି ବିକ୍ରି କମିବା କାରଣରୁ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ତୁଳନାମତ୍କ ରୂପରେ ଦେଖିଲେ ମଧ୍ୟମ ଓ ବଡ଼ ଫୋର୍ଜିଙ୍ଗ୍‌ ଉଦ୍ୟୋଗ ମୁକାବିଲା ଛୋଟ କମ୍ପାନୀ ଅଧିକ କ୍ଷତି ସହିବେ। ଉଦ୍ୟୋଗ କାର୍ଯ୍ୟକଳାପ ଅଟକି ଯିବାକୁ ପ୍ରତିକୂଳ ପ୍ରଭାବ କୁହାଯାଇଥାଏ। ଏହି ସମୟରେ ପାଣ୍ଠି ପ୍ରବାହକୁ ରୋକି ଦିଆଯାଏ ଅଥବା ନଗଦ ପ୍ରବାହ ଦୟନୀୟ ସ୍ଥିତିରେ ରହିଥାଏ। ବର୍ତ୍ତମାନ ଅଟୋ ସେକ୍ଟର ବିଏସ୍‌-୪ରୁ ବିଏସ୍‌-୬କୁ ପରିବର୍ତ୍ତିତ ହେବାକୁ ଯାଉଥିବା କାରଣରୁ ସଙ୍କଟ ସୃଷ୍ଟି ହୋଇଛି। ବିଏସ୍‌-୬ ଅପେକ୍ଷାରେ କାର୍‌ ବିକ୍ରି ଧିମା ହୋଇଗଲାଣି। ଅଟୋ ସେକ୍ଟରରେ ବିକ୍ରି କମିଯିବା କାରଣରୁ ଛୋଟ ଉଦ୍ୟୋଗରେ ହୋଇଥିବା ଉତ୍ପାଦିତ ସାମଗ୍ରୀ ଏବେ ଜମାହେବାରେ ଲାଗିଛି। ଅଟୋ ପାଟର୍‌ସ ବିକ୍ରି ନ ହେବା କାରଣରୁ ଛୋଟ ଉଦ୍ୟୋଗଗୁଡ଼ିକୁ କ୍ଷତି ସହିବାକୁ ପଡ଼ୁଛି। କଞ୍ଚା ମାଲ୍‌ ରହିଯିବା କାରଣରୁ ପାଟର୍‌ସ ତିଆରି କରୁଥିବା କମ୍ପାନୀଗୁଡ଼ିକ ଦର ହ୍ରାସ କରିବାକୁ ବାଧ୍ୟ ହେବେ। ଯାହାର ଫଳସ୍ବରୂପ ଲଘୁ ଉଦ୍ୟୋଗରେ କାମ କରୁଥିବା ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri