ଅଟୋ ପାର୍ଟସ ଉଦ୍ୟୋଗକୁ ବ୍ୟାପିଲା ମାନ୍ଦାବସ୍ଥା;୧୦ ହଜାର କୋଟି କ୍ଷତି ସହିବେ ୪୦୦ କମ୍ପାନୀ

ନୂଆଦିଲ୍ଲୀ,୨୬-୮: ଭାରତୀୟ ଅଟୋ ଉଦ୍ୟୋଗ ଏବେ ଅନେକ ପ୍ରକାର ସଙ୍କଟର ସାମ୍ନା କରୁଛି। ମାନ୍ଦାବସ୍ଥାର ପ୍ରଭାବ ଏଭଳି ଛାଇ ଯାଇଛି ଯେ, ଅଟୋ ସେକ୍ଟରରେ ପ୍ରାୟ ସାଢ଼େ ୩ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରାଯାଇସାରିଛି। ଆହୁରି ବହୁ କର୍ମଚାରୀ ବେକାର ହୋଇଯିବାର ଦ୍ୱାରଦେଶରେ ରହିଛନ୍ତି। ତେବେ ଅଟୋ ଉଦ୍ୟୋଗରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବ ଏବେ ପାର୍ଟସ ନିର୍ମାତାଙ୍କ ଉପରେ ଦେଖାଯାଇଛି। ପ୍ରାୟ ୪୦୦ ଛୋଟ ବଡ଼ ପାଟର୍‌ସ ନିର୍ମାତା କମ୍ପାନୀ ଚଳିତବର୍ଷ ୧୦ ହଜାର କୋଟି ଟଙ୍କା କ୍ଷତି ସହିବାକୁ ଯାଉଛନ୍ତି।
ଆସୋସିଏଶନ ଅଫ୍‌ ଇଣ୍ଡିଆ ଫୋର୍ଜିଙ୍ଗ୍‌ ଇଣ୍ଡଷ୍ଟ୍ରି(ଏଆଇଏଫ୍‌ଆଇ) ପକ୍ଷରୁ ତଥ୍ୟ ପ୍ରଦାନ କରି ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ, ଅଟୋ ଉଦ୍ୟୋଗରେ ଆସିଥିବା ଧିମା ସ୍ଥିତିର ପ୍ରଭାବ ଏବେ ୪୦୦ କମ୍ପାନୀଙ୍କ ଉପରେ ପଡିଛି। ସେମାନଙ୍କ ମଧ୍ୟରେ ୧୮୦ରୁ ୨୦୦ ପାଟର୍‌ସ ଉତ୍ପାଦନକାରୀ, ୮୩% ଛୋଟ,୯% ମଧ୍ୟମ ଓ ଅବଶିଷ୍ଟ ବଡ଼ ଉଦ୍ୟୋଗ ରହିଛି। ମାନ୍ଦାବସ୍ଥାର ପ୍ରଭାବରେ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ଲଘୁ ଉଦ୍ୟୋଗ। ଆର୍ଥିକ ବର୍ଷ ୨୦୧୮-୧୯ରେ ଉତ୍ପାଦନ କାରଣରୁ ଫୋଜିଙ୍ଗ୍‌ ଉଦ୍ୟୋଗ ପ୍ରାୟ ୫୦ ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରିଥିଲେ। କିନ୍ତୁ ଚଳିତବର୍ଷ ପ୍ରାୟ ୯ରୁ ୧୦ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିବ। ଗାଡ଼ି ବିକ୍ରି କମିବା କାରଣରୁ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ତୁଳନାମତ୍କ ରୂପରେ ଦେଖିଲେ ମଧ୍ୟମ ଓ ବଡ଼ ଫୋର୍ଜିଙ୍ଗ୍‌ ଉଦ୍ୟୋଗ ମୁକାବିଲା ଛୋଟ କମ୍ପାନୀ ଅଧିକ କ୍ଷତି ସହିବେ। ଉଦ୍ୟୋଗ କାର୍ଯ୍ୟକଳାପ ଅଟକି ଯିବାକୁ ପ୍ରତିକୂଳ ପ୍ରଭାବ କୁହାଯାଇଥାଏ। ଏହି ସମୟରେ ପାଣ୍ଠି ପ୍ରବାହକୁ ରୋକି ଦିଆଯାଏ ଅଥବା ନଗଦ ପ୍ରବାହ ଦୟନୀୟ ସ୍ଥିତିରେ ରହିଥାଏ। ବର୍ତ୍ତମାନ ଅଟୋ ସେକ୍ଟର ବିଏସ୍‌-୪ରୁ ବିଏସ୍‌-୬କୁ ପରିବର୍ତ୍ତିତ ହେବାକୁ ଯାଉଥିବା କାରଣରୁ ସଙ୍କଟ ସୃଷ୍ଟି ହୋଇଛି। ବିଏସ୍‌-୬ ଅପେକ୍ଷାରେ କାର୍‌ ବିକ୍ରି ଧିମା ହୋଇଗଲାଣି। ଅଟୋ ସେକ୍ଟରରେ ବିକ୍ରି କମିଯିବା କାରଣରୁ ଛୋଟ ଉଦ୍ୟୋଗରେ ହୋଇଥିବା ଉତ୍ପାଦିତ ସାମଗ୍ରୀ ଏବେ ଜମାହେବାରେ ଲାଗିଛି। ଅଟୋ ପାଟର୍‌ସ ବିକ୍ରି ନ ହେବା କାରଣରୁ ଛୋଟ ଉଦ୍ୟୋଗଗୁଡ଼ିକୁ କ୍ଷତି ସହିବାକୁ ପଡ଼ୁଛି। କଞ୍ଚା ମାଲ୍‌ ରହିଯିବା କାରଣରୁ ପାଟର୍‌ସ ତିଆରି କରୁଥିବା କମ୍ପାନୀଗୁଡ଼ିକ ଦର ହ୍ରାସ କରିବାକୁ ବାଧ୍ୟ ହେବେ। ଯାହାର ଫଳସ୍ବରୂପ ଲଘୁ ଉଦ୍ୟୋଗରେ କାମ କରୁଥିବା ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?