Posted inଫୁରସତ

ଅଜବ ରେଷ୍ଟୁରାଣ୍ଟ: ଯେଉଁଠି ମିଳେ ଆଲିଆ ଭାତ, ସଲମାନ ପାନ

ଘରୋଇ ଖାଦ୍ୟ ଖାଇଖାଇ ଯେତେବେଳେ ବିରକ୍ତି ଲାଗେ ଲୋକେ ରେଷ୍ଟୁରାଣ୍ଟ ଯାଇ କିଛି ସ୍ବାଦିଷ୍ଟ ଭୋଜନ ପାଇଁ ଇଚ୍ଛା କରିଥାନ୍ତି। ଯେତେ ବ୍ୟୟବହୁଳ ହୋଇଥିଲେ ମଧ୍ୟ ଖାତିର ନ କରି ପହଞ୍ଚି ଯାଆନ୍ତି ରେଷ୍ଟୁରାଣ୍ଟରେ। ସେଠାରେ ଜିରା ରାଇସ୍‌, ବିରିୟାନି, ପଲଉ ଠାରୁ ଆରମ୍ଭ କରି ଚିକେନ୍‌, ମଟନ, ମାଛ, ପନୀର ଟିକା,ଚିଲି ମଶ୍ରୁମ୍‌, ଚିଲି କୋବି କେତେ କ’ଣ ନାମରେ ଖାଦ୍ୟ ରହିଥାଏ। ମେନୁ ଦେଖି ପସନ୍ଦ ଅନୁସାରେ ଖାଦ୍ୟ ଅର୍ଡର କରାଯାଏ। କିନ୍ତୁ କେବେ ଏମିତି ରେଷ୍ଟୁରାଷ୍ଟ ଯାଇଛନ୍ତି, ଯେଉଁଠି ବଲିଉଡ୍‌ର ଫିଲ୍ମ ଆଉ ଅଭିନେତ୍ରୀ, ଅଭିନେତାଙ୍କ ନାମରେ ଖାଦ୍ୟ ପରଷା ଯାଇଥାଏ। ଯଦି ନା ଆସନ୍ତୁ ଜାଣିବା ଏହି ରେଷ୍ଟୁରାଣ୍ଟ ବିଷୟରେ…


ଏପରି ଅଜବ ରେଷ୍ଟୁରାଣ୍ଟ ରହିଛି ମୁମ୍ବାଇରେ। ଯାହାର ନାମ ‘ହିଚ୍‌କୀ’। କହିରଖୁଛୁ, ହିଚ୍‌କୀ ରାନୀ ମୁଖାର୍ଜୀଙ୍କ ଅଭିନୀତ ଏକ ଫିଲ୍ମର ନାମ। ଖାଲି ଏତିକି ନୁହେଁ, ଏହି ରେଷ୍ଟୁରାଣ୍ଟରେ ଶାହାରୁଖ ଖାଁ ଭାତ, ଆଲିଆ ଭାତ, ସଲମାନ୍‌ ପାନ, କ୍ୟାଟ୍ରିନା ସାଲାଡ୍‌, ଅନୁପମ୍‌ ଖିରି, ପରିଣୀତି ବଟର ମସଲା, ପ୍ରିୟଙ୍କା ଚଟ୍‌ନି, ଚିକ୍‌ନା ରଣାଓ୍ବତ୍‌ ମସଲା ସହିତ ‘ତେରେ ମେରେ ବିଚ୍‌ ମେ’, ‘କିତ୍‌ନେ ଆଲୁ ଥେ’ ‘ଗୋଗୋ ତୁସି ଗ୍ରେଟ୍‌ ହୋ’ ‘ଔର୍‌ କବାବ୍‌ ମେ ହଡ୍‌ଡି’ ପରି ଖାଦ୍ୟର ନାଁ ରହିଛି।

ଏହି ରେଷ୍ଟୁରାଣ୍ଟକୁ ଅର୍ଜୁନ ରାଜ୍‌ ଚଳାଉଛନ୍ତି। ସେ କୁହନ୍ତି, ଆମର ଏହି ‘ହିଚ୍‌କୀ’ରେ ପୂରା ବଲିଉଡ୍‌ ରହିଛି। ଏଠାକୁ ଆସିଲେ ବଲିଉଡ୍‌ର ପୁରୁଣା ସ୍ମୃତି ପୁଣି ତାଜା ହୋଇଉଠିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri