Posted inଜାତୀୟ

ଅଛେ ଦିନ୍‌ ଆଣିବାର ପ୍ରତିଶ୍ରୁତି ଦେଇ ମୋଦି ଅର୍ଥ ବ୍ୟବସ୍ଥାକୁ ସଙ୍କଟରେ ପକାଇଛନ୍ତି: ପ୍ରିୟଙ୍କା

ନୂଆଦିଲ୍ଲୀ,୩୧।୮: ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଶନିବାର ଟୁଇଟ୍‌ କରି କହିଛନ୍ତି, ଅଛେ ଦିନ୍‌ ଆଣିବାର ତୁରୀ ବଜାଉଥିବା ମୋଦି ଏବେ ଦେଶର ଅର୍ଥ ବ୍ୟବସ୍ଥା ଟାୟାର ପଙ୍କଚର୍‌ କରିଦେଇଛନ୍ତି। ଦେଶର ଜିଡ଼ିପି ହ୍ରାସ ଏହାର ଉଦାହରଣ ଦେଉଛି ବୋଲି ପ୍ରିୟଙ୍କା କହିଛନ୍ତି। ଜିଡ଼ିପି କମିବାରେ ଲାଗିଛି। ସେହିପରି ଟଙ୍କାର ମୂଲ୍ୟ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି। ଦେଶରେ ଛଟେଇ ଜାରି ରହିବା ସହିତ ନୂତନ ନିଯୁକ୍ତି ହୋଇପାରୁନି। ଫଳରେ ଲୋକଙ୍କ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୧୮-୧୯ରେ ୭୨ ୦ଜାର କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ଜିଡ଼ିପିରେ ସର୍ବାଧିକ ହ୍ରାସ ହୋଇ ଏହା ୫.୮ ପ୍ରତିଶତରୁ ୫ ପ୍ରତିଶତରେ ପହଞ୍ଚିଛି। ଗତବର୍ଷ ଦେଶର ବିକାଶ ହାର ୮.୨ ପ୍ରତିଶତ ଥିଲା ତେବେ ୨୦୧୯-୨୦ର ପ୍ରଥମ ତ୍ରୟମାସରେ ଏହା ୫ ପ୍ରତିଶତରେ ପହଞ୍ଚିଛି। ଦେଶର ଏଭଳି ସ୍ଥିତି ନେଇ ପ୍ରିୟଙ୍କା କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି। ସେ ଅହମ୍ମଦାବାଦ୍‌ା ନିଶାନ ହାୟର ସେକେଣ୍ଡାରୀ ସ୍କୁଲରେ ଭୋଟ ଦେଇଛନ୍ତି।...

VIDEO: ନିଜର ଡ୍ୟାନ୍ସ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେହି...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ୧୨ଟି ରାଜ୍ୟ-କେନ୍ଦ୍ର ଅଞ୍ଚଳରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ରେକର୍ଡ ସୃଷ୍ଟି କରିବାକୁ ତୃତୀୟ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ: ମୋଦି-ଶାହା ଦେବେ ଭୋଟ

ନୂଆଦିଲ୍ଲୀ,୭।୫: ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ...

ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି ଯୋଗାଣ କମୁଛି କାହିଁକି? ମୋଦିଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ,୭ା୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାକୁ ନିର୍ବାଚନୀ ପ୍ରଚାରରେ ଆସିଥିବାବେଳେ ତାଙ୍କ ଗସ୍ତକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ...

୩ ଘଣ୍ଟାରେ ଫେକ୍‌ କଣ୍ଟେଣ୍ଟ ହଟାଅ:ରାଜନୈତିକ ଦଳଙ୍କୁ ଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୭ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିର ଦୁରୁପଯୋଗ କରାଯାଇ ଡିପ୍‌ ଫେକ୍‌ ପ୍ରସ୍ତୁତ କରାଯିବା ଏବଂ ତଥ୍ୟକୁ ବିକୃତ କରାଯାଉଥିବାରୁ ନିର୍ବାଚନ କମିଶନ(ଇସି)...

ଆଜି ୯୩ ଆସନରେ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୭ା୫:ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ...

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri