ଦିଗପହଣ୍ଡି,୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ପଦ୍ମନାଭପୁର ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବର ଉଦ୍ଘାଟନୀ ସମାରୋହରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି , କାର୍ଯ୍ୟର୍ନିବାହୀ ଅଧିକାରୀ ଅବିନାଶ ମିଶ୍ର ସମ୍ମାନିତ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ , ୨ ନଂ ୱାର୍ଡ କାଉନସିଲର ସୁଶାନ୍ତ କୁମାର ପାତ୍ର , ପଦ୍ମନାଭପୁର ସ୍ଥିତ ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ବେହେରା, ବଡଖେମୁଣ୍ଡି ହାଇସ୍କୁଲ ପ୍ରଧାନଶିକ୍ଷକ ସତ୍ୟନାରାୟଣ ଦାସ, ଦିଗପହଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନୀଲ କୁମାର ଦାସ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସିନ ଥିଲେ। ପଦ୍ମନାଭପୁର ଜୋନର ଆଙ୍କୋରଡା , ପଦ୍ମନାଭପୁର ଏବଂ ଦିଗପହଣ୍ଡି କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୭ ବର୍ଷରୁ କମ ବୟସର ୨୫୦ ପ୍ରତିଯୋଗୀ ଛାତ୍ରୀ ଛାତ୍ର ମାନଙ୍କୁ କ୍ରୀଡ଼ା ପ୍ରଦର୍ଶନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ପ୍ରତ୍ୟେକ ଖେଳାଳି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ଆଗକୁ ବଢିବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ ।ପ୍ରତିଯୋଗିତା ର ପ୍ରଥମ ଦିବସରେ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ କବାଡି ଓ ଖୋ – ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ ସଭାକାର୍ଯ୍ୟରେ ସଂଯୋଜନା କରିଥିବା ବେଳେ ହାଇସ୍କୁଲ କ୍ରୀଡା ଶିକ୍ଷକ ତଥା କ୍ରୀଡ଼ା ପ୍ରତିଯୋଗିତାର ଜୋନାଲ ସମ୍ପାଦକ ଏମ ଷ୍ଗୌରାଙ୍ଗ ଖେଳ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସୁଜତା ପାଢୀ , ସଙ୍ଗୀତା ସାହୁ , କ୍ରୀଡା ଶିକ୍ଷକ ଏମ. ଶୁକ୍ରୁ ରେଡ୍ଡୀ, କୈଳାସ ରେଡ୍ଡୀ, ସିମାଞ୍ଚଳ ରେଡ୍ଡୀ, ବପୁନ ରେଡ୍ଡୀଙ୍କ ସମେତ ସମସ୍ତ ବିଦ୍ୟାଳୟର ବହୁ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।