ଜୋନାଲ ଫରେଷ୍ଟ ସ୍ପୋଟ୍ସ ମିଟ୍‌: ଘୁମୁସର ଉତ୍ତର ବନଖଣ୍ଡ ଜିତିଲା ୩୭ ପଦକ 

ଭଞ୍ଜନଗର,୨୦।୯(ବାବୁଲା ପ୍ରଧାନ)-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଚାଲିଥିବା ଜୋନାଲ ଫରେଷ୍ଟ ସ୍ପୋର୍ଟସ ମିଟ୍‌ ୨୦୨୫ ଶନିବାର ସଂନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ଓ ଭୁବନେଶ୍ୱର ସର୍କଲର ୩୨ଟି ବନଖଣ୍ଡର ଶତାଧିକ ବନରକ୍ଷୀ, ବନପାଳ, ରେଞ୍ଜର, ଏସିଏଫ୍‌ ପ୍ରମୁଖ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ବିଜୟୀ ହୋଇଛନ୍ତି । ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡକୁ ୩୭ଟି ପଦକ ମିଳିଥିବା ଜଣାପଡିଛି। ପ୍ରଥମଥର ପାଇଁ ଏହି ବନଖଣ୍ଡ କର୍ମଚାରୀ ଜୋନାଲ ଫରେଷ୍ଟ ସ୍ପୋର୍ଟସ ମିଟ୍‌ରେ ସର୍ବାଧିକ ପଦକ ବିଜୟୀ ହୋଇଛନ୍ତି। ଯାହାକୁ ନେଇ ସମସ୍ତ କର୍ମଚାରୀ ଖୁସିବ୍ୟକ୍ତ କରିଛନ୍ତି।
ଡିଏଫଓ ହିମାଂଶୁ ଶେଖର ମହାନ୍ତି ଏବଂ ଅନ୍ୟ ଅଧିକାରୀ ମାନେ ପ୍ରତିଯୋଗିତାରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଶାନ୍ତ ବେହେରା ୪ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ଅନୁପ ବିଷୋୟୀ ୩ଟି,  ଶରତ ମହାନ୍ତି ୪, ଜୀନାନନ୍ଦ ତ୍ରିପାଠୀ ୩, ପି ମୋହନ ୪, ସୋନମ କହଁର ୩ , ଦିଲିପ ଦାସ ୨, ଚନ୍ଦ୍ର ଶେଖର ପାଣିଗ୍ରାହୀ ୩, ପୃଥିବୀରାଜ ପ୍ରଧାନ ୧, ମନ୍ଦିପ ଦଳେଇ ୨, ବିବେକାନନ୍ଦ ପଟ୍ଟନାୟକ ୧, ପ୍ରଶାନ୍ତ ସାହୁ ୧, ଜିତେନ୍ଦ୍ର ସେଠୀ ୧, ଗୁରୁ ନାୟକ ୧ ,ଶ୍ରିମନ ପ୍ରଧାନ ଗୋଟିଏ ପଦକ ବିଜୟୀ ହୋଇଛନ୍ତି । ପ୍ରଥମ ଦିବସରେ ବ୍ରହ୍ମପୁର ଆର୍‌ଡିସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ଆର୍‌ସିସିଏଫ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଘୁମୁସର ଉତ୍ତର ବନଖଣ୍ଡର ପଦକ ବିଜୟୀ କର୍ମଚାରୀଙ୍କୁ ଡିଏଫ୍‌ଓ ଆଗାମୀ ଦିନରେ ସମ୍ବର୍ଦ୍ଧିତ କରିବେ।

Share