ନୂଆଦିଲ୍ଲୀ,୩।୯: ଜିଏସ୍ଟି କାଉନ୍ସିଲ୍ ବୈଠକ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ଜିଏସ୍ଟି ସରଳୀକରଣ ଉପରେ ଜୋର ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ପରବର୍ତ୍ତୀ ପୀଢ଼ିର ସୁଧାର ପାଇଁ ଦିଗ ନିର୍ଦ୍ଦେଶ କରିଥିଲେ। ଗତ ୮ ମାସ ଧରି ପ୍ରଧାନମନ୍ତ୍ରୀ ଜିଏସ୍ଟି ହାର ହ୍ରାସ ପାଇଁ ପରାମର୍ଶ ଦେଉଥିଲେ।
ସୀତାରମଣ କହିଛନ୍ତି, “ପ୍ରତ୍ୟେକ ରାଜ୍ୟର ଅର୍ଥ ମନ୍ତ୍ରୀ ଏହି ଜିଏସ୍ଟି ସରଳୀକରଣକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି।” କାଉନ୍ସିଲ୍ ୧୨% ଓ ୨୮% ଟିକସ ସ୍ଲାବ୍କୁ ରଦ୍ଦ କରି ଦୁଇହାର ଟିକସ ଗଠନ (୫% ଓ ୧୮%) ମଞ୍ଜୁର କରିଛି। ଏହା ସହ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍ଟିକୁ ଶୂନ୍ୟ କରାଯାଇଛି।
ଜନସାଧାରଣ ଓ ମଧ୍ୟମ ବର୍ଗଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ହ୍ରାସ କରାଯାଇଛି। ଏହି ନୂଆ ଟିକସ ଗଠନ ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ।