In this photo provided by the Ukrainian Presidential Press Office, Ukrainian President Volodymyr Zelenskyy addresses the nation in Kyiv, Ukraine, late Monday, March 7, 2022. (Ukrainian Presidential Press Office via AP)
କ୍ୱିଭ୍,୧୯।୩: ଆମେରିକା ଓ ୟୁରୋପୀୟ ଦେଶ ସମେତ ସମସ୍ତ ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ ମଧ୍ୟ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ବନ୍ଦ କରିବାର ନା ନେଉନି। ଶୁକ୍ରବାର ୟୁକ୍ରେନର ଏକ ଥିଏଟର ଉପରେ ରୁଷୀୟ ସୈନ୍ୟ ବୋମାମାଡ଼ କରିଥିଲେ। ଏଥିରେ ଶହ ଶହ ଲୋକ ଆଶ୍ରୟ ନେଇଥିଲେ। ବର୍ତ୍ତମାନ ମାରିୟୁପୋଲ ଥିଏଟରରେ ରୁଷିଆର ବିସ୍ଫୋରଣ ଯୋଗୁ ଲୋକମାନେ ଭଗ୍ନାବଶେଷ ତଳେ ଫସିରହିଛନ୍ତି ବୋଲି ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଆହତ ହୋଇଛନ୍ତି। ଇତିମଧ୍ୟରେ ଜେଲେନ୍ସ୍କି ଯୁଦ୍ଧ ରୋକିବା ପାଇଁ ରୁଷିଆକୁ ଆହ୍ବାନ ଦେଇଛନ୍ତି। ସେ ଇଛା ପ୍ରକାଶ କରିଛନ୍ତି ଯେ, ତାଙ୍କ କଥା ବର୍ତ୍ତମାନ ସମସ୍ତେ ଶୁଣନ୍ତୁ, ବିଶେଷ କରି ମସ୍କୋ। ଶାନ୍ତି ଉପରେ ଏକ ସମାଧାନ ଆଲୋଚନା ହେଉ, ରୁଷିଆ ପାଇଁ ନିଜ ଦ୍ୱାରା ହୋଇଥିବା ଭୁଲର କ୍ଷୟକ୍ଷତିର ସମାଧାନ କରିବାର ଏହା ଏକମାତ୍ର ଉପାୟ। ବର୍ତ୍ତମାନ ସମୟ ସାକ୍ଷାତକାର ଓ ଆଲୋଚନାର ବୋଲି ଜେଲେନ୍ସ୍କି କହିଛନ୍ତି। ଏହା ୟୁକ୍ରେନ ପାଇଁ ଆଞ୍ଚଳିକ ଅଖଣ୍ଡତା ଏବଂ ନ୍ୟାୟ ଫେରାଇବାର ସମୟ ଆସିଛି। ଅନ୍ୟଥା ଆଗକୁ ରୁଷିଆକୁ ଏତେ ବଡ଼ ପରିଣତି ଭୋଗିବାକୁ ପଡ଼ିବ ଯାହାକୁ ଅନେକ ପୀଢ଼ି ମଧ୍ୟ ଏହାର ସୁଧାର କରିବାରେ ଅସମର୍ଥ ହେବେ ବୋଲି ଜେଲେନ୍ସ୍କି କହିଛନ୍ତି।