ପୃଥ୍ବୀ ଶ’ଙ୍କ ଦୁର୍ବଳତା ଜାଣିଦେଲେଣି ବିପକ୍ଷ ଟିମ୍‌, ଆଗାମୀ ଟେଷ୍ଟରେ ଦଳରୁ ବାହାରେ ରହିବେ: ଜାହିର

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍‌ର ପୂର୍ବ ବୋଲର ଜାହିର ଖାନ୍‌ ପୃଥ୍ବୀ ଶ’କୁ ନେଇ ବଡ଼ କଥା କହିଛନ୍ତି। ଆସନ୍ତା ଟେଷ୍ଟରେ ସେ ଦଳରୁ ବାହାରି ପାରନ୍ତି ବୋଲି ଜାହିର କହିଛନ୍ତି। ଆଡିଲେଡରେ ଜାରି ପ୍ରଥମ ଟେଷ୍ଟରେ ସେ ବିଫଳ ହୋଇଛନ୍ତି। କ୍ରିକେଟ ପଡ଼ିଆରେ ତାଙ୍କ ସମୟ ଠିକ୍‌ ଚାଲିନାହିଁ। ସେ ବ୍ୟାଟିଂରେ ପ୍ରଭାବିତ କରିପାରୁନାହାନ୍ତି। ପ୍ରଥମ ପାଳିରେ ଦ୍ୱିତୀୟ ବଲ୍‌ରେ ଆଉଟ୍‌ ହେବା ପରେ ଦ୍ୱିତୀୟ ପାଳିରେ ମାତ୍ର ୪ଟି ବଲ୍‌ ଖେଳିଛନ୍ତି। ଏଣୁ ଜାହିର କହିଛନ୍ତି, ଯଦି କେହି ରନ୍‌ କରୁଥାନ୍ତି ତେବେ ତୁମ ପକ୍ଷରେ ସବୁ ଥାନ୍ତି। ଆଉଟ୍‌ ହେଲେ ଖରାପ ଲାଗେ। ଅନ୍ୟ କେହି ତୁମ ଦୁର୍ବଳତା ଜାଣିନେଲେ ଆହୁରି କଷ୍ଟ ହୋଇଯାଏ। ଅନ୍ତର୍ଜାତୀୟ କ୍ରିକେଟ ଏଭଳି। ସମସ୍ତେ ଆପଣଙ୍କ ଦୁର୍ବଳତା ଜାଣିବାକୁ ଚେଷ୍ଟା କରି ଆକ୍ରମଣ କରନ୍ତି। ପୃଥ୍ବୀଙ୍କ ସହ ଏବେ ସେଭଳି ହେଉଛି। ଏଣୁ ସେ ଆଗାମୀ ମ୍ୟାଚଗୁଡ଼ିକରେ ଭାରତ ଏକାଦଶରେ ସ୍ଥାନ ମିଳିବ ନାହିଁ ବୋଲି ସେ କହିଛନ୍ତି।