Categories: Uncategorized

Chahal ଏବଂ RJ Mahvashଙ୍କ ବାଟ ହେଲା ଅଲଗା! ପରସ୍ପରକୁ… 

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ପୁଣି ଉଠିଛି ଝଡ଼। ପୂର୍ବ ପତ୍ନୀ ଧନଶ୍ରୀ ବର୍ମାଙ୍କଠାରୁ ଅଲଗା ହେବା ପରେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଥିଲା। ଆର୍‌ଜେ ମହବଶଙ୍କ ସହ ତାଙ୍କୁ ଏକାଧିକ ଥର ସ୍ପର୍ଟ କରାଯାଇଥିଲା। ଯାହାକୁ ନୁହେଁ ପ୍ରେମରେ ଉବୁଟୁବୁ ହେଉଥିବା କୁହାଯାଇଥିଲା। ହେଲେ ଏବେ ଦୁହେଁ ନିଜ ନିଜର ବାଟ ଅଲଗା କରିଛନ୍ତି। କାରଣ ସୋସିଆଲ ମିଡ଼ିଆରେ ସେମାନେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି।
କେହିବି ଏହା ପଛର କାରଣ କହି ନ ଥିଲେ ହେଁ ପ୍ରଶଂସକମାନେ ସହଜରେ ତାହା ଠଉରାଇ ଦେଇଛନ୍ତି। କ’ଣ ଏମିତି ଘଟିଲା ଯେ ଦୁହେଁ ଅନଫଲୋ କରିଛନ୍ତି ସେ ନେଇ ଚର୍ଚ୍ଚା ଜୋର ଧରିଛି। କହିବାକୁ ଗଲେ ଆଇପିଏଲ୍‌ ମ୍ୟାଚ୍‌ ହେଉ ଅବା ଅନଲାଇନ୍‌ରେ ମଜାଳିଆ ବାର୍ତ୍ତାଳାପ, ସର୍ବସାଧାରଣ ସ୍ଥାନରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଥିଲା। ହେଲେ କିଛି ଦିନ ହେବ ସବୁକିଛି ବନ୍ଦ ହୋଇଯାଇଥିଲା। ଶେଷରେ ଦୁହେଁ ବାଟ ଅଲଗା କରି ସମସ୍ତଙ୍କୁ ନିରାଶ କରିଛନ୍ତି।
କହିରଖୁଛୁ, ଚହଲ ଏବଂ ଧନଶ୍ରୀ  ୨୦୨୦ରେ ବିବାହ କରିଥିଲେ। ୨୦୨୫ରେ ପରସ୍ପରକୁ ସେମାନେ ଛାଡ଼ପତ୍ର ଦେଇଥିଲେ। ସେତେବେଳଠାରୁ ଚହଲଙ୍କ ନାମ ମହବଶଙ୍କ ସହ ଯୋଡ଼ା ଯାଉଥିଲା। ସବୁବେଳେ ଚହଲଙ୍କୁ ଧନଶ୍ରୀ ବନ୍ଧୁ ବୋଲି କହି ଆସୁଥିଲେ ହେଁ ଟ୍ରୋଲ୍‌ ହେଉଥିଲେ।