Categories: Home Leftଖେଳ

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ କପିଳ ଦେବଙ୍କ ସମ୍ପର୍କରେ ବିବାଦୀୟ ମତାମତ ଦେଇଥିଲେ। ଏଥିଲାଗି ଯୁବରାଜ ଶୁକ୍ରବାର ଉଭୟ ପୂର୍ୱତନ ଅଧିନାୟକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ପ୍ରକାଶଯୋଗ୍ୟ, ଭାରତୀୟ ଦଳରୁ ଯୁବରାଜ ବାଦ୍‌ ପଡ଼ିବାକୁ ନେଇ ତାଙ୍କ ବାପା ଯୁଗରାଜ ଧୋନୀଙ୍କୁ ଦାୟୀ କରିବା ସହ ଅତୀତରେ ଟିମ୍‌ ଚୟନ ସମସ୍ୟାକୁ ନେଇ କପିଳ ଦେବଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ବାପା ଦେଇଥିବା ମତାମତ ଲାଗି ମୁଁ କପିଳ ଏବଂ ଧୋନୀଙ୍କୁ କ୍ଷମାପ୍ରାର୍ଥନା କରିବାକୁ ଚାହେଁ। କାରଣ କପିଳ ପାଜି ଜଣେ ମହାନ୍‌ ଖେଳାଳି। ତାଙ୍କର ମୋ ବାପାଙ୍କ ସହ ସମ୍ପର୍କ କେଉଁ ଭଳି ଥିଲା, ତାହା ମୋତେ ଜଣାନାହିଁ।ମୁଁ ଜନ୍ମ ହୋଇ ନ ଥିଲି। ମୁଁ ଧୋନୀଙ୍କ ସହ ଖେଳିଛି। କିନ୍ତୁ ଧୋନୀଙ୍କ ସମ୍ପର୍କରେ ଯାହା ବାପା କହିଥିଲେ, ତାହା ଉଚିତ ନ ଥିଲା। ଏଭଳି ମତାମତ ଦେବା ଠିକ ନୁହେଁ ବୋଲି ବାପାଙ୍କୁ କହିଥିବା ଯୁବରାଜ ଏକ ସାକ୍ଷାତକାରରେ କହିଛନ୍ତି।

Share