Categories: ଖେଳ

ମେଲବୋର୍ନ କ୍ଲବ ପାଇଁ ଖେଳିବେ ଯୁବରାଜ ଓ ଗେଲ୍‌

ମେଲବୋର୍ନ, ୨୮ା୬ (ପି.ଟି.)- ଚଳିତ ଗ୍ରୀଷ୍ମ ଋତୁରେ ମେଲବୋର୍ନରେ ଅବସ୍ଥିତ ମଲ୍‌ଗ୍ରେଭ୍‌ କ୍ରିକେଟ କ୍ଲବ ତରଫରୁ ଟି୨୦ କ୍ରିକେଟ ଖେଳିପାରନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଓ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଖ୍ରିସ୍‌ ଗେଲ୍‌। ଦୁଇ ଖେଳାଳିଙ୍କ ସହ ଖୁବ୍‌ଶୀଘ୍ର ଚୁକ୍ତି ସ୍ବାକ୍ଷରିତ ହେବ। ଏନେଇ କଥାବାର୍ତ୍ତା ଜାରି ରହିଥିବା କ୍ଲବ ତରଫରୁ ସୂଚନା ଦିଆଯାଇଛି। ମଲ୍‌ଗ୍ରେଭ୍‌ କ୍ରିକେଟ କ୍ଲବ ମେଲବୋର୍ନ ଇଷ୍ଟର୍ନ କ୍ରିକେଟ ଆସୋସିଏଶନ (ଇସିଏ) ଦ୍ୱାରା ଆୟୋଜିତ ଏକ ତୃତୀୟ ଡିଭିଜନ ପ୍ରତିଯୋଗିତାରେ ଖେଳିଥାଏ। କ୍ଲବ ତରଫରୁ ଆହୁରି ମଧ୍ୟ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ରାଏନ ଲାରା ଓ ଦକ୍ଷିଣ ଆଫ୍ରିକାର ମହାନ୍‌ ଖେଳାଳି ଏବିଡି’ଭିଲର୍ସଙ୍କ ସହ ଯୋଗାଯୋଗ ଚାଲିଛି। ଶ୍ରୀଲଙ୍କାର ତିଳକରନେତ୍ ଦିଲ୍‌ସାନ ଓ ଉପୁଲ ଥରଙ୍ଗା ଏହି କ୍ଲବ ତରଫରୁ ଖେଳିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇ ସାରିଛନ୍ତି। ସନଥ ଜୟସୁରିୟା ଟିମ୍‌ର ମୁଖ୍ୟ କୋଚ୍‌ ରହିବେ ବୋଲି ମଲ୍‌ଗ୍ରେଭ୍‌ ସଭାପତି ମିଲନ ପୁଲେନାୟେଗମ୍‌ ପ୍ରକାଶ କରିଛନ୍ତି।

Share