Categories: Home Leftଖେଳ

୭ ମାସ ପରେ ଘରକୁ ଫେରିଲେ ୟୁନୁସ

ଇସଲାମାବାଦ, ୧୪।୧(ଏପି)- ଦୀର୍ଘ ୭ ମାସ ବିଶ୍ୱର ବିଭିନ୍ନ ସ୍ଥାନରେ ଜୈବ ସୁରକ୍ଷିତ ପରିବେଶରେ କଟାଇବାପରେ ପାକିସ୍ତାନ ବୋଲିଂ କୋଚ୍‌ ଓ୍ବାକର ୟୁନୁସ ଘରକୁ ଫେରିଛନ୍ତି। ୪୮ ବର୍ଷୀୟ ଓ୍ବାକର ଏହି ସମୟ ମଧ୍ୟରେ ପାକିସ୍ତାନ ଦଳସହ ଇଂଲଣ୍ଡ, ଜିମ୍ବାଓ୍ବେ ଓ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲେ। ନ୍ୟୁଜିଲାଣ୍ଡରେ ପାକିସ୍ତାନ ଆହୁରି ୨ଟି ଟେଷ୍ଟ ଖେଳିବାର ଅଛି। ତେବେ ପ୍ରଥମ ଟେଷ୍ଟରେ ପାକିସ୍ତାନ ୧୦୧ ରନରେ ପରାଜିତ ହେବାପରେ ୟୁନୁସଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଛି। ଚଳିତ ମାସ ଶେଷଭାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଆରମ୍ଭ ହେବାକୁ ଥିବାରୁ ୟୁନୁସ ପୁଣି ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ରହିବେ। ”ମୁଁ ଗତ ୭ ମାସଧରି ପରିବାରବର୍ଗଙ୍କୁ ଦେଖି ନାହିଁ। କ୍ରିକେଟ ବୋର୍ଡର ଅନୁମତି ନେଇ ମୁଁ ଘରକୁ ଫେରିଛି“ ବୋଲି ବୁଧବାର ଲାହୋରରେ ଖବରଦାତାଙ୍କୁ କହିଛନ୍ତି ୟୁନୁସ।