ଢାକା,୧୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ଘୋଷଣା ହୋଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା କରିଛନ୍ତି। ତେବେ ଏହାରି ଭିତରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଏହି ଘୋଷଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି।
ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ତାଙ୍କ ପୋଷ୍ଟରେ କହିଛନ୍ତି, “ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହେବା ଏବଂ ଆଲୋଚନାରେ ଯୋଗଦେବା ପାଇଁ ହୃଦୟର ସହିତ ପ୍ରଶଂସା କରୁଛି। ସେ ତାଙ୍କ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରି କହିଛନ୍ତି, “ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଭାବଶାଳୀ ଭାବରେ ମଧ୍ୟସ୍ଥତା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଚାହେଁ। କୂଟନୈତିକ ଉପାୟରେ ମତଭେଦ ସମାଧାନ ପାଇଁ ବାଂଲାଦେଶ ଉଭୟ ପଡ଼ୋଶୀ ଦେଶଙ୍କୁ ସମର୍ଥନ ଜାରି ରଖିବ।
ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ପରେ, ଯେତେବେଳେ ଭାରତ ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ପ୍ରତିଶୋଧ ନେଇଥିଲା, ତାହା ପାକିସ୍ତାନକୁ ଝାଳ ବୁହାଇ ଦେଇଥିଲା। ପାକିସ୍ତାନ ସରକାର ଭାରତ ଉପରେ ଚାପ ପକାଇବା ପାଇଁ ବିଶ୍ୱର ଅନ୍ୟ ଦେଶମାନଙ୍କୁ ଅନୁରୋଧ କରିବା ଆରମ୍ଭ କଲେ। ଅପରେଶନ ସିନ୍ଦୂର ଅଧୀନରେ, ଭାରତ ପାକିସ୍ତାନର ସମସ୍ତ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଉପଯୁକ୍ତ ଜବାବ ଦେଇଥିଲା ଏବଂ ଆକାଶରେ ଏହାର ସମସ୍ତ ଆକ୍ରମଣକୁ ବିଫଳ କରିଥିଲା ବୋଲି ସେ କହିଛନ୍ତି।