ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍ ଖେମ୍ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଅଜୟ କୁମାର ଭାଲା ଖେମ୍ଚନ୍ଦ ସିଂଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିସହିତ ନାଗା ପିପୁଲ୍ସ ଫ୍ରଣ୍ଟ ନେତା ଏଲ୍ ଦିଖୋ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
୨୦୨୫ ଫେବୃଆରୀରେ ଭାଜପା ନେତା ଏନ୍.ବୀରେନ୍ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ରାଜ୍ୟରେ ଲାଗି ରହିଥିବା ହିଂସା ନ ଥମିବା ଏବଂ ବିଭିନ୍ନ ଇଲାକାରେ ସ୍ଥିତି ଖରାପ ହେବା କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ନେଇ ବିଭିନ୍ନ ମହଲରେ ସ୍ବର ଉଠିଥିଲା। ଏହି କାରଣରୁ ୨୦୨୫ ଫେବୃଆରୀ ୯ରେ ବୀରେନ୍ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।