ଦୀପାବଳୀରେ ଆସିଲା ଦୁଃଖଦ ଖବର: ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସୋମବାର ଦୀପାବଳୀ ପାଇଁ ଚାରିଆଡେ ଉତ୍ସବ ମୁଖର ଥିବାବେଳେ ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରରୁ ଆସିଛି ଏକ ଦୁଃଖଦ ଖବର। ସହରର ଶମ୍ଭୁନଗର ପଡାସ୍ଥିତ ଏକ ଜମିରୁ ସୋମବାର ଅପରାହ୍ନରେ ଜଣେ ଯୁବକଙ୍କ ଗଳିତ ମୃତ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ ମହେଶ୍ୱର ଶବର(୧୯) ଓ ସେ ସହରର ଶବରପଡାର ବୋଲି ଜଣାପଡିଛି। ଖବର ପାଇଁ ଘଟଣା ସ୍ଥଳକୁ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ଜଣାପଡିଛି। ଅନ୍ୟପଟେ,ଯୁବକଙ୍କ ମୃତ୍ୟୁକୁ ନେଇଁ ପରିବାରବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି।

Dharitri – Odisha’s No.1 Odia Daily