ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ ପରିଡ଼ା ଓରଫ ଟୁଟୁ। ଗୁଳିମାଡ଼ର କାରଣ ଅସ୍ପଷ୍ଟ। ଖୋର୍ଦ୍ଧା ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଖୋକା ପଡ଼ିଛି। ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଫାୟାରିଂ କରି ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ବୁଲେଟ ମୋଟର ସାଇକେଲ ଛାଡ଼ି ଯାଇଛନ୍ତି। ପୋଲିସର ତଦନ୍ତ ଜାରି ରହିଥିବାବେଳେ ବେଆଇନ ଖଣି କାରବାର ଘଟଣାକୁ ନେଇ ଘଟଣା ହୋଇଛି ବୋଲି ଶୁଣାଯାଉଛି।