ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ ଦୁର୍ବୃତ୍ତ ମାଡ଼ ମାରିବା ସହିତ ଛୁରାମାଡ କରିଛନ୍ତି । ଛୁରା ମାଡ଼ରେ ଗୁରୁତର ଚନ୍ଦନ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ତାନାନ୍ତରିତ ହୋଇଛନ୍ତି । ଚନ୍ଦନ ଦିନ ମଜୁରିଆ ଭାବେ କାମ ସାରି ଘରକୁ ଫେରୁଥିଲେ। ତାଙ୍କ ଗ୍ରାମର ବବୁଲ ମଳିକଙ୍କ ସହିତ କିଛି ଯୁବକ ଏକ ବୋଲେରାରେ ଆସି ବଡ଼ ରଗଡ଼ି ନିକଟରେ ହଠାତ୍‌ ତାଙ୍କୁ ମାରପିଟ କରିଥିଲେ । ମାରପିଟ ପରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଗୋଟେ ଛୁରୀ ସାହାଯ୍ୟରେ ତାଙ୍କ ପେଟକୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଚନ୍ଦନ ପାଖରେ ଥିବା ଏକ ନାଳରେ ପଶି ପୁରୁଷୋତ୍ତମ ଆଦର୍ଶ ବିଦ୍ୟାଳୟ ନିକଟକୁ ଯାଇ ଏକ ବିଲରେ ପଡ଼ିଥିଲେ । ସେହି ସମୟରେ ସେହି ରାସ୍ତା ଦେଇ କିଛି ଲୋକ ଯାଉଥିଲେ । ଚନ୍ଦନ ଅଚେତ ଅବସ୍ଥାରେ ପଡିଥିବାର ଦେଖି ତାଙ୍କୁ ସଙ୍ଗେସଙ୍ଗେ ପାଣି ମାରି ଚେତା ଆଣିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଲୋକମାନେ ଭୁବନ ଡାକ୍ତରଖାନାକୁ ଆଣିବା ସହିତ ଭୁବନ ପୋଲିସକୁ ଫୋନ ଯୋଗେ ଜଣାଇଥିଲେ । ଖବରପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଗୁରୁତର ଚନ୍ଦନ ପୋଲିସକୁ ଘଟଣା ସମ୍ପର୍କରେ କହିଥିଲେ । ପ୍ରାଥମିକ ଚିକିତ୍ସା ପରେ ଚନ୍ଦନକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଛି । ଅପରପକ୍ଷେ ପୋଲିସ ତଦନ୍ତ କରିବା ସହିତ ଚନ୍ଦନ ପୋଲିସକୁ ଘଟଣାସ୍ଥଳରେ ଥିବା ସମସ୍ତ ଯୁବକମାନଙ୍କ ନାମ ଜଣାଇ ଦେଇଛନ୍ତି ।

Dharitri – Odisha’s No.1 Odia Daily