ଢାବାରେ ଯୁବକଙ୍କ ଗୁଣ୍ଡାରାଜ: ମାଲିକ-କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ

ବାରିପଦା,୨୧/୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ଥାନା ଅଧିନ ମୁର୍ଗାବାଡିସ୍ଥିତ ଏକ ଢାବାରେ କିଛି ଦୃବୁର୍ତ୍ତ ଗଣ୍ଡଗୋଳ ଘଟାଇ ଆତଙ୍କରାଜ ସୃଷ୍ଟି କରିଛନ୍ତି। ବନ୍ଧୁକ ମୁନରେ ଭୟଭୀତ କରାଇ ଢାବା ମାଲିକ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଏକ ବୁଲେଟ ଗାଡିକୁ ଜବତ କରିଛି ।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏକ ଢାବାକୁ ୮ପାଖାପାଖି ଦୃବୁର୍ତ୍ତ ପଶିଥିଲେ। ମାଲିକ ସହିତ ଗଣ୍ଡଗୋଳ କରି ବନ୍ଧୁକ ମୁନରେ ଭୟଭୀତ କରାଇଥିଲେ। ଏଥିରେ ଢାବା କର୍ମଚାରୀମାନେ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ। ଘଟଣା ପ୍ରଘଟ ହେବାରୁ ସ୍ଥାନୀୟ ଲୋକେ ପହଞ୍ଚିବା କ୍ଷଣି ଦୃବୁର୍ତ୍ତମାନେ ଫେରାର ହୋଇଯାଇଥିଲେ । ତେବେ ଅପରାଧିଙ୍କ ଏକ ବୁଲେଟ ମଟରସାଇକେଲ ଛାଡି ଯାଇଥିବାରୁ ତାହାକୁ ନେଇ ପୋଲିସ ତନାଘନା ଜାରି ରଖିଛି ।

 

Dharitri – Odisha’s No.1 Odia Daily

 

Share