ଗୋମାଂସ ବିକ୍ରି ନେଇ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୩।୯(ଶଶାଙ୍କ ଶେଖର ଝାଙ୍କର): ସଙ୍ଘବଦ୍ଧ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ। ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ତେରେଣ୍ଡାକଟା ଗ୍ରାମର କିଶୋର ମେହେର। ଗୋମାଂସ ବିକ୍ରି ଅଭିଯୋଗରେ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ କିଶୋରଙ୍କ ମୃତଦେହ ପଡ଼ିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Share