ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଭାଜପା ପକ୍ଷରୁ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଚାଲିଛି। ଏହି ଅବସରରେ କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ଭଲମନ୍ଦ କଥା ପଚାରି ବୁଝିବେ। ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରିବେ। ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅଛି। ଏହିଭଳି ଶୁକ୍ରବାର ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଜାମପଲ୍ଲୀରେ ଯୁବଗୋଷ୍ଠୀ ଗ୍ରାମ ସଫେଇ କରିଥିଲେ। ଡିହପଢାଲ ସରପଞ୍ଚ ପ୍ରତିନିଧି ସୁବାସ ଚନ୍ଦ୍ର ବରାଡ,
ଯୁବନେତା କୁବେର ପ୍ରଧାନଙ୍କ ନେତୃତ୍ୱରେ ଏହି ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଅପରପକ୍ଷେ ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କର୍ମକର୍ତ୍ତାମାନେ ଚେଷ୍ଟା ଚଳାଇଛନ୍ତି।