ପାଟଣା,୧୮।୧୦(ବୀର କିଶୋର ଦାଶ): ବ୍ୟାରେଜ ଉପରେ କାର୍ ରଖି ଯୁବକ ନିଖୋଜ । ଯୁବକ ଜଣକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ (୩୮)ବୋଲି ସୂଚନା ମିଳିଛି। ତାଙ୍କର ପ୍ରକୃତ ଘର କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମରେ । ସେ ଅବସର ପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ସାହୁଙ୍କ ଦିତୀୟ ପୁତ୍ର। ସେ ଅନୁଗୋଳ ଓ ଭୁବନେଶ୍ବରରେ ରହି ରିୟଲ ଇଷ୍ଟେଟ ବିଜିନେସ ଶହ ଏକ ଏସ ଘରୋଇ ଯୁକ୍ତ ୨ କଲେଜ ଆରମ୍ଭ କରିଥିଲେ। ଘଟଣା ପ୍ରଘଟ ହେବା ପରେ ଏରେଣ୍ଡଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ମହାନଦୀରେ ଖୋଜାଖୋଜି ଆରମ୍ଭ କରିଛି। ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଛନ୍ତି ନା ଆଉ କେଉଁ ଆଡେ ଚାଲି ଯାଇଛନ୍ତି ନା କିଏ ଅପହରଣ କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ସେପଟେ ବାରଙ୍ଗ ଥାନା ପୋଲିସ ଓ ଜୋନ ଏସିପି ଘଟଣାସ୍ଥଳରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହ ଘଟଣା ବିଷୟରେ ପଚାରି ବୁଝୁବା ସହ କାର୍ରୁ ଏକ ସୁଇସାଇଡ଼ ନୋଟ ଜବତ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ମହାନଦୀକୁ ଡେଇଁ ଥିବା ସନ୍ଦେହ କରି ମହାନଦୀରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫର ଯବାନମାନେ ମହାନଦୀରେ ଖୋଜାଖୋଜି ଜାରି ରଖିଛନ୍ତି ।