ମୋହନା,୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲେଡ଼ବନ୍ଧ ବୁଲାଣି ରାସ୍ତା କଡ଼ରୁ ଯୁବକକୁ ପୋଲିସ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଦ୍ୱାରା ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର କିରନ କୁମାର ସାହୁ ମୃତ ଘୋଷଣା କରିଛନ୍ତି। ଆଧାର କାର୍ଡରୁ ମିଳିଥିବା ସୂଚନା ପ୍ରକାରେ ହିରୋ ବାଇକ୍ ( ଓଡି ୦୭ଟି ୫୭୦୪ )ରେ ଗଞ୍ଜାମ ଜିଲା କଇଠିଆ ଗାଁର ରାମଚନ୍ଦ୍ର ବେହେରା (୨୪) ବ୍ରହ୍ମପୁରରୁ ରାୟଗଡ଼ା ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥ ମୋହନା ନିକଟ ଲେଡବନ୍ଧ ବୁଲାଣିରେ ଭାରସାମ୍ୟ ହରାଇ ପ୍ରାୟ ୧୦ ଫୁଟ ରାସ୍ତାକଡ଼ରେ ଲଟା ବୁଦାରେ ପଡ଼ିଥିବା ଅଞ୍ଚଳର କିଛି ବ୍ୟକ୍ତି ଦେଖିଥିଲେ। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ୧୦୮ ଦ୍ୱାରା ମୋହନା ମେଡିକାଲରେ ଭର୍ତ୍ତି କରିଥିବା ସହ ବାଇକ୍କୁ ଜବତ କରି ପରିବାରଙ୍କୁ ଖବର ଯୋଗାଯୋଗ କରିବା ସହ ଅଧିକ ତଦନ୍ତ କରୁଥିବା ନୀଳମାଧବ ରେଡ୍ଡୀ କହିଛନ୍ତି।