ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ବଲାଙ୍ଗୀର,୨୦।୯: ବଲାଙ୍ଗୀର ସହର ଏନ୍‌ଏଚ୍‌ ୨୬ ବିଜାଖମନ  ନିକଟରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଦୁର୍ଘଟଣା ପରେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ
ମୃତକଙ୍କ ପରିଚୟ ଦେଓଗାଁ ଅଞ୍ଚଳ ସାରସମାଲ ଗ୍ରାମର ସକରାଜିତ ଭୋଇ ବୋଲି ଚିହ୍ନଟ ହୋଇଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଭର୍ତ୍ତି କରିଥିବାବେଳେ, ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

Share