ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି । ଏକ ମାତ୍ର ରୋଜଗାରିଆ ଗାଣ୍ଡୁ ଅସୁସ୍ଥ ହେବା ପରଠାରୁ ଘୋର ଆର୍ଥିକ ଅନଟନରେ ଥିବା ଖବରପାଇ ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ସହାୟତାର ହାତ ବଢାଇଛନ୍ତି। ଯୁବ ସମିତି ମେମ୍ବର ତଥା ଭାଜପା ଯୁବନେତା ଧ୍ରୁବ ନିଜ ଦରମାରୁ କିଛି ଅର୍ଥ ଗାଣ୍ଡୁଙ୍କ ପରିବାରକୁ ପ୍ରଦାନ କରିଛନ୍ତି । ହୁମା ଅଞ୍ଚଳର ଯୁବ ସଂଗଠକ ପ୍ରଶାନ୍ତ ପରିଡା, ହେମନ୍ତ ମାଳି ଏବଂ ମାଧବ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ସମିତି ସଭ୍ୟ ପଲାଇଙ୍କ ଏହିଭଳି ସହଯୋଗକୁ ପ୍ରଶଂସା କରାଯାଇଛି।

Dharitri – The Largest & Most Trusted Odia Daily

Share