ବରଗଡ଼,୧୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଜମୁର୍ଡା ଟାଙ୍ଗରଟିକ୍ରାର ଭୀମ ବିଶ୍ବାଳ ବୋଲି ସୂଚନା ମିଳିଛି। ୨ଦିନ ତଳେ ଅତିବିରା ଥାନା ଗୋଡଭଗା ନିକଟ ସତୀଯୋର ପାଖରେ ଟେଲର ମାଷ୍ଟରଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡି ନ ଥିବାବେଳେ ମଙ୍ଗଳବାର ବିଚ ରାସ୍ତାରେ ଆଉ ଏକ ହତ୍ୟାକାଣ୍ଡ ବରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।