ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣା: ସ୍ତ୍ରୀ-ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପର ସାହିର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ (୨୮)ଙ୍କୁ ଗତ ବୁଧବାର ସନ୍ଧ୍ୟାରେ ପଡୋଶୀ ଗାଁ ଆଙ୍କୁରା ଝାପା ସାହିର ସୌମ୍ୟରଞ୍ଜନ ଓ ତାଙ୍କ ସ୍ତ୍ରୀ ମିଶି ମାଡ ମାରିବାରୁ ଗୁରୁବାର ସକାଳୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ନେଇ ଭକ୍ତ ବନ୍ଧୁ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ପାଟଣା ପୋଲିସ ସୌମ୍ୟ ରଞ୍ଜନ ପାତ୍ର (୨୦)ଓ ତାଙ୍କ ସ୍ତ୍ରୀ ବିଜୁଳି ପାତ୍ର(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଉଭୟ ସୌମ୍ୟ ଓ ସ୍ତ୍ରୀ ବିଜୁଳି ଗଙ୍ଗାଧରଙ୍କ ହାତଗୋଡ ବାନ୍ଧି ଅମରିବାଡ଼ି ସହ ହାତରେ ଚାପୁଡ଼ା, ବିଧା ମାରିଥିବା ଘଟଣାକୁ ପୋଲିସ ସମ୍ମୁଖରେ ସ୍ବୀକାର କରିଥିବା ଏସଏଆଇ ଲକ୍ଷ୍ମଣ ମାଝି କହିଛନ୍ତି। ପୋଲିସକୁ ସୌମ୍ୟ ଓ ବିଜୁଳି ଦେଇଥିବା ତଥ୍ୟ ଅନୁଯାୟୀ ଘଟଣାର ୧୦/୧୨ଦିନ ପୂର୍ବରୁ ବିଜୁଳି ଘରେ ଏକୁଟିଆ ଥିବା ବେଳେ ଗଙ୍ଗାଧର ଘରକୁ ଆସି ବିଜୁଳିଙ୍କୁ ପ୍ରେମ ଭିକ୍ଷା (ଯୌନ ସମ୍ପର୍କ ରଖିବା ପାଇଁ) କହିଥିଲେ। ବିଜୁଳି ଏଥିରେ ରାଜି ନ ହେବାରୁ ଗଙ୍ଗାଧର ଚାଲି ଯାଇଥିଲେ। ଗତ ବୁଧବାର ଘଙ୍ଗାଧର ଅଙ୍କୁରା ଝପା ସାହି ଛକ ଗୟାଧର ପାତ୍ରଙ୍କ ଗ୍ରୋସରୀ ଦୋକାନ ସମ୍ମୁଖରେ ବସିଥିବା ବିଜୁଳି ଦେଖିବାକୁ ପାଇଥିଲେ ଓ ୧୦ଦିନ ତଳେ ଗଙ୍ଗାଧର ତାଙ୍କୁ ଯେଭଳି ଅସଦାଚରଣ କରିଥିଲେ। ସେ ବିଷୟ ସ୍ବାମୀଙ୍କୁ କହିବା ସହ ଗଙ୍ଗାଧରକୁ ଚିହ୍ନାଇ ଦେବା ପରେ ସୌମ୍ୟ ଉତକ୍ଷୀପ୍ତ ହୋଇ ଗଙ୍ଗାଧରକୁ ଘର ଅଗଣାକୁ ଘୋଷାଡି ନେଇ ବାନ୍ଧିବା ପରେ ବିଜୁଳି ତାଙ୍କୁ ପିଟିଥିଲେ।
ଘଟଣା ଘଟିବା ପରେ ଉଭୟ ସୌମ୍ୟ ଓ ବିଜୁଳି ଗିରଫଦାରୀକୁ ଏଡ଼ାଇବା ପାଇଁ ଫେରାର ହୋଇ ଯାଇଥିଲେ। ପୋଲିସ ତଥ୍ୟ ଅନୁଯାୟୀ. ଉଭୟ ଦମ୍ପତ୍ତି ମଧାପୂର ସ୍ଥିତ ପାଟଣା ସଂରକ୍ଷିତ ଜଙ୍ଗଲରେ ଦିନ ବେଳେ ଆତ୍ମଗୋପନ କରିଥିବାବେଳେ ରାତ୍ରିରେ ମାଧାପୁର ସ୍କୁଲରେ ଆଶ୍ରୟ ନେଉଥିଲେ। ଖବର ପାଇ ପାଟଣା ପୋଲିସ ଶନିବାର ରାତ୍ରି ଚଢାଉ କରି କାବୁ କରିବା ପରେ ଅଭିଯୁକ୍ତ ରବିବାର ପୋଲିସ ସମ୍ମୁଖରେ ଘଟିଥିବାଘଟଣା ସମ୍ପର୍କରେ ବୟାନ ରଖିଥିଲେ।
ଏନେଇ ପାଟଣା ଥାନା ରେ୧୭୫/୨୫ ରେ ଏକ ମାମଲା ରୁଜୁ ହୋଇମୁଦାଲା ତଦନ୍ତ ଙ୍କୁଭାରତୀୟ ନ୍ୟାୟ ସଂହିତା ୧୦୩(୧),୧୨୭(୨)ଓ ୩(୫) ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି।