ମନ୍ଦିର ପ୍ରାଙ୍ଗଣରେ ନେଇଥିଲେ ବିଶ୍ରାମ, ଆଉ ତାପରେ…

ଦିଗପହଣ୍ଡି,୧୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗୌଡ଼ ପ୍ରଧାନ ବିଶ୍ରାମ ନେଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ଏସ.ସୂର୍ଯ୍ୟ ରେଡ୍ଡୀ ଏକ ବିୟର ବୋତଲରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସୂର୍ଯ୍ୟଙ୍କୁ ଧରିବା ପାଇଁ ଚେଷ୍ଟା କରିବା ବେଳେ ସେ ଦୌଡ଼ି ପଳାଇଥିଲେ। ଗୌଡ଼ଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ହେବାପରେ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ କେଶ୍‌ ନଂ.୧୭୯/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

Share