କରନ୍ଦାପଲ୍ଲୀରେ ଯୁବକଙ୍କୁ ଆକ୍ରମଣ ଘଟଣା: ଆଉ ଜଣଙ୍କୁ ବାନ୍ଧିଲା ପୁରୁଷୋତ୍ତମପୁର ପୋଲିସ

ପୁରୁଷୋତ୍ତମପୁର,୨।୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କରନ୍ଦାପଲ୍ଲୀ ଗ୍ରାମରେ ମଙ୍ଗୁଳୁ ରେଡ୍ଡି ନାମକ ଜଣେ ବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗରେ ପୁଣି ଆଉ ଜଣଙ୍କୁ ପୋଲିସ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ବାବୁ ଓରଫ ଜଟରେଡି (୩୨)। ଏହି ଘଟଣାରେ ଗୁରବାର ଦୁର୍ଦ୍ଦାନ୍ତ ଅପରାଧୀ ମିଟୁ ରେଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହାର କେସନଂ .୩୩୨/୨୫ ରହିଥିବା ନେଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।